ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଅପିଲ୍
ନୂଆଦିଲ୍ଲୀ : ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ବୁଷ୍ଟର ଡୋଜ୍ ସପକ୍ଷରେ ମତ ଦେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ । ଡାକ୍ତର, ସ୍ବାସ୍ଥ୍ଯକର୍ମୀ, କୋଭିଡ୍ ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ପଦକ୍ଷେପ ନେବାକୁ ଆଇଏମ୍ଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅପିଲ କରାଯାଇଛି । ଏଥିସହ ୧୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟିକା ଯୋଗାଇବାକୁ ଆଇଏମ୍ଏ ଦାବି କରିଛି । ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଗୋଟିଏ ପରେ ଗୋଟିଏ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେଉଛି । ଭାରତରେ ଏପଯର୍ୟନ୍ତ ୨୩ଜଣ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେପଟେ ଓମିକ୍ରନ୍ ଭାରିଆଣ୍ଟର ମୁକାବିଲା ପାଇଁ ବିଶ୍ୱ ସ୍ବାସ୍ଥ୍ଯ ସଂଗଠନର ଆଜି ଉଚ୍ଚସ୍ତରୀୟ ବୈଠକ ହେଉଛି । ଏଥିରେ ବୁଷ୍ଟର ଡୋଜ୍ ସମ୍ପର୍କରେ ସବିଶେଷ ଆଲୋଚନା ହେବ ।
