ଭିଏଲ-ଏସଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପରାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲର (ଭିଏଲ-ଏସଆରସାମ) ପରୀକ୍ଷା କରାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ କମ୍ ଉଚ୍ଚତାରେ ଏକ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଛି। ମିସାଇଲର ଟ୍ରାଜେକ୍ଟୋରୀ ଉପରେ ନଜର ରଖିବା ପାଇଁ ଅନେକ ଟ୍ରାକିଂ ଉପକରଣ ବ୍ୟବହାର କରାଯାଇଥିଲା । ଫାଇବର ଅପ୍ଟିକ୍ ଗାଇରୋସ୍କୋପ୍ ଏବଂ ଟର୍ମିନାଲ୍ ପର୍ଯ୍ୟାୟରେ ସକ୍ରିୟ ରାଡାର୍ ହୋମିଂ ମାଧ୍ୟମରେ ମିଡ୍-କୋର୍ସ ନିଷ୍କ୍ରିୟ ମାର୍ଗଦର୍ଶନ ରହିଛି ବୋଲି ଜଣାପଡିଛି । ସଫଳତାର ସହ ଏହି ମିସାଇଲର ପରୀକ୍ଷଣ ହୋଇଥିବା ନେଇ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।
ଇଣ୍ଟିଗ୍ରେଟେଡେ ଡିଜାଇନରେ ପ୍ରସ୍ତୁତ ହୋଇଛି ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ। ଏକ ଅତ୍ୟାଧୁନିକ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏଥିରେ ରହିଛି। ଗୋଟିଏ ଥରରେ ଏହି ମିସାଇଲ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ। ୫୦ରୁ ୬୦ କିଲୋ ମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ସେହିପରି ମିସାଇଲ ପରୀକ୍ଷଣ ପୂର୍ବରୁ ଲଞ୍ଚପ୍ୟାଡ଼ର ଅଢ଼େଇକିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୬ହଜାର ୨ଶହ ଲୋକଙ୍କୁ କ୍ଷତିପୂରଣ ଦିଆଯାଇ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯାଇଥିଲା । ପରୀକ୍ଷଣ ପରେ ପୁଣି ଉକ୍ତ ଲୋକମାନଙ୍କୁ ନିଜ ନିଜ ଘରେ ଛଡା ଯାଇଥିଲା।
