ପିଓକେରେ ଖସିପଡିଲା ପାକିସ୍ତାନୀ ସେନା ହେଲିକପ୍ଟର, ୨ ପାଇଲଟ ମୃତ
ଇସ୍ଲାମାବାଦ : ପାକ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାକିସ୍ତାନୀ ପାଇଲଟଙ୍କ ମୃତ୍ୟୁ ଘଟିଛି । ଖରାପ ପାଗ ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଙ୍ଗଲ ମଧ୍ୟକୁ ଖିସିପଡିଥିବା ଅନୁମାନ କରାଯାଉଛି । ଏଥିରେ ୨ଜଣ ପାଇଲଟ ଥିବାବେଳେ ଉଭୟଙ୍କ ମୃତ୍ୟୁ ହୋଇଥିବା ପାକସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପାକିସ୍ତାନ ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ଏହି ହେଲିକପ୍ଟରଟି କରାକୋରାମ ରେଞ୍ଜରେ ସିଆଚେନ୍ ଗ୍ଲେସିଅର ଅଭିମୁଖେ ଉଡାଣ ଭରିଥଲା । ତେବେ ହେଲିକପ୍ଟଟରକୁ ମେଜର ଇରଫାନ୍ ବର୍ଚା ଏବଂ ମେଜର ରାଜା ଜିଶାନ ଜାହାନଜେବ ନାମକ ଦୁଇ ସେନା ପାଇଲଟ ଉଡାଉଥିଲେ । ଦୁର୍ଘଟଣାରେ ଉଭୟ ପ୍ରାଣ ହରାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
