ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାରକର୍ସ ଆସୋସିଏସନ ତରଫରୁ ଆଜି ଏକ ବିଶାଳ ଶୋଭାଯାତ୍ରା ଜରିଆରେ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ।
ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ବିଧାନସଭା ସମ୍ମୁଖରେ ଆଜି ଅଙ୍ଗନୱାଡ଼ି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅବସରକାଳୀନ ସହାୟତା ରାଶି ଏବଂ ଗ୍ରୀଷ୍ମ ଅବକାଶ ଭଳି ୧୫ ଦଫା ଦାବି ନେଇ ରାଜରାସ୍ତା ଆନ୍ଦୋଳନ କରିଥିଲେ ଅଙ୍ଗନବାଡି କର୍ମଚାରୀ । ସରକାରୀ ମାନ୍ୟତା, ମାସିକ ପାରିଶ୍ରମିକ ଅଙ୍ଗନୱାଡି କର୍ମୀମାନଙ୍କୁ ୨୧ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୧୦ , ୫୦୦ଟଙ୍କା ପ୍ରଦାନ କରାଯିବା, ୨୦୧୯ ମାର୍ଚ୍ଚ ମାସରେ ସରକାରଙ୍କ ଦ୍ଵାରା ଘୋଷିତ ।
