ଇଣ୍ଡୋନେସିଆର ପୂର୍ବ ଜାଭା ପ୍ରଦେଶର ମାଉଣ୍ଟ ସେମେରୁ ଆଗ୍ନେୟଗିରି ଉଦଗିରଣ
This handout picture taken and released on December 4, 2021 by Indonesia's National Board for Disaster Management (BNPB) shows Semeru volcano spewing ash into the air during an eruption as seen from Lumajang. (Photo by Handout / BNPB / AFP) / RESTRICTED TO EDITORIAL USE - MANDATORY CREDIT "AFP PHOTO / BNPB " - NO MARKETING - NO ADVERTISING CAMPAIGNS - DISTRIBUTED AS A SERVICE TO CLIENTS (Photo by HANDOUT/BNPB/AFP via Getty Images)
ଜାକର୍ତ୍ତା : ଇଣ୍ଡୋନେସିଆର ପୂର୍ବ ଜାଭା ପ୍ରଦେଶର ମାଉଣ୍ଟ ସେମେରୁ ଆଗ୍ନେୟଗିରି ଉଦଗିରଣ ହୋଇଛି । ଫଳରେ ପ୍ରବଳ ଧୁଆଁ ଓ ଗରମ ପାଉଁଶରେ ସ୍ଥାନୀୟ ମାଉଣ୍ଟ ସେମେରୁ ଆଜି (ଶନିବାର) ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପଡିଛି । ସ୍ଥାନାନ୍ତରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ସୂଚନା ସାମ୍ନାକୁ ଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଘଟଣାସ୍ଥଳରେ ଜରୁରୀକାଳୀନ ଟିମର ଉଦ୍ଧାରକାରୀମାନେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ ଲାଗିଛନ୍ତି । ଆଗ୍ନେୟଗିରି ଗରମ ପାଉଁଶ, ଗନ୍ଧଯୁକ୍ତ ଧୁଆଁ ନିର୍ଗତ ହେବା ଫଳରେ ସ୍ଥାନୀୟ କିଛି କି.ମି ଯାଏ ଜନଜୀବନ ପ୍ରଭାବିତ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପ୍ରଶାସନିକ କର୍ତ୍ତୁପକ୍ଷ ସୂଚନା ଦେଇ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନନ୍ତରିତ କରିବା ପାଇଁ ସ୍ୱାସ୍ଥ୍ୟ ସୁବିଧା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯାଇଛି ।
ଉଦ୍ଧାରକାରୀ ଟିମ୍ ବର୍ତ୍ତମାନ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଥିବାବେଳେ ଉକ୍ତ ଅଞ୍ଚଳରେ ପ୍ରସ୍ତୁତ କରାଯାଇଥିବା ଶରଣାର୍ଥୀ ଶିବିରରେ ସେମାନଙ୍କୁ ଥଇଥାନ କରାଯାଉଛି । ଶିବିରରେ ବିସ୍ଥାପିତଙ୍କ ପାଇଁ ଖାଦ୍ୟ, ମାସ୍କ, କମ୍ବଳ ଏବଂ ଆଶ୍ରୟର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ସ୍ପଷ୍ଟ କରିଛି ସ୍ଥାନୀୟ ପ୍ରଶାନିକ କର୍ତ୍ତୁପକ୍ଷ । ଭୌଗଳିକ ଭାବେ ଇଣ୍ଡୋନେସିଆ ଦୁଇଟି ମହାଦେଶୀୟ ପ୍ଲେଟ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଏହାକୁ ଭୌଗଳିକ ଭାଷାରେ ରିଙ୍ଗ ଅଫ୍ ଫାୟାର କୁହାଯାଏ । ଏଠାକାର ଭୌଗଳିକ ଅବସ୍ଥିତି ଯୋଗୁ ନିୟମିତ ଆଗ୍ନେୟଗିରି ଉଦଗିରଣ ଦେଖିବାକୁ ମିଳିଥାଏ ।
