‘ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି
ଭୁବନେଶ୍ୱର : ‘ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି । ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର । ଅନ୍ୟ ଜଣେ ଭୁବନେଶ୍ୱରର । ଦୁଇ ବ୍ୟବସାୟୀ ସିସୋର ଠାରୁ ଟଙ୍କା ନେଇ ଫେରାଇ ନଥିଲେ । ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଇଡି।
ସିସୋର ଟଙ୍କା ନେଇଥିବା ଦୁଇ ବ୍ୟବସାୟୀଙ୍କ ଠୁ ୬ କୋଟି ଟଙ୍କା ସିଜ କଲା ଇଡି। ମହାରାଷ୍ଟ୍ର ଥାନେର ଜଣେ ବ୍ୟବସାୟୀ ଓ ଭୁବନେଶ୍ୱର ଜଣେ ବ୍ୟବସାୟୀଙ୍କ ଟଙ୍କା ଜବତ କରି ଆଜି ବ୍ୟାଜାପ୍ତ କରିଛି ଇଡି । ମହାରାଷ୍ଟ୍ରର ବ୍ୟବସାୟୀ ଡକ୍ଟର ଦିଲିପ ଅମୃତ ଲାଲ ଗୁଡାଖାଙ୍କଠାରୁ ଜବତ କରାଯାଇଛି ସିସୋର ଟଙ୍କା । ଯାହାକୁ ମହାରାଷ୍ଟ୍ରର ଭିବେଣ୍ଡି ଠାରେ ଗୋଡାଉନରେ ଇନଭେଷ୍କ କରାଯାଇଥିଲା । ସେହିପରି ଭୁବନେଶ୍ୱର ବ୍ୟବସାୟୀ ମୟୂରେଷ ଦାସ ଙ୍କଠାରୁ ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ଜବତ କରାଯାଇଛି । ପ୍ରାୟ ୬କୋଟି ଟଙ୍କାର ସିସୋର ଚିଟଫଣ୍ଡର ସମ୍ପତ୍ତି ଯାହା ଦୁଇ ଜଣଙ୍କ ଠାରୁ ଇଡି ଜବତ କରି ବ୍ୟାଜାପ୍ତ କରିଛି । ପୁର୍ବରୁ ସିସୋରର ୨୫୨କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଥିଲା ଇଡି । ଏବେ ୬କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି।
