ଓମିକ୍ରୋନରେ ସଂକ୍ରମିତ ଲୋକର ଦରଜ ହୋଇଥାଏ ମୁଣ୍ଡ ଓ ଶରୀର
ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର କେତେକ ଦେଶରେ କରୋନାର ନୂଆ ଭେରିଆଂଟ ଓମିକ୍ରୋନ ଦେଖାଦେଇଛି । ଏହା ଆରମ୍ଭରୁ ଜଣାପଡିଛି ଯେ ଓମିକ୍ରୋନରେ ସଂକ୍ରମଣ ହୋଇଥିବା ବ୍ୟାକ୍ତି ଡେଲ୍ଟାପ୍ଲସ ଭେରିଆଂଟ ଠାରୁ ଅଲଗା ।
ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ଏଜୋଲିକ କୋଏଟଜିଙ୍କ ଅନୁସାରେ ଓମିକ୍ରୋନ ଭେରିଆଂଟରେ ଲୋକଙ୍କ ହେହରେ ଅଧିକ ଥକାପଣ ଦେଖାଯାଇଥାଏ । ଶରୀରରେ ଅଧିକ ଦରଜ ଓ କଷ୍ଟ ଅନୁଭବ ହେଇଥାଏ । କାହାର ଗଂଧ ବାରିବାର ଶକ୍ତି କମିଯାଏ ତ ଆଉ କାହାର ସ୍ୱାଦ ବାରିବାର ଶକ୍ତି କମିଯାଏ , କିନ୍ତୁ ନାକ ବଂଦ ହେବା ବା ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଏ ନାହିଁ । ଏଜୋଲିକ କୋଏଟଜି ଥିଲେ ପ୍ରଥମ ଅଧିକାରୀ ଯିଏକି କରୋନା ଭାଇରସ୍ ନୁଆ ଭେରିଆଂଟ ଓନିକ୍ରୋନ ସଂପର୍କରେ ଦକ୍ଷିଣ ଭାରତ ସରକାରଙ୍କୁ ପ୍ରଥମେ କହିଥିଲେ । ସେ କହିଥିଲେ ବର୍ତମାନ ଆର ଟି ପିସିଆର ରେ ଓମିକ୍ରୋନ ନୂଆ ଭାଇରସ ଜଣା ପଡୁଛି । ଓମିକ୍ରୋନର ଲକ୍ଷଣ ଡୋଲ୍ଟାପ୍ଲସ ଲକ୍ଷଣ ଠାରୁ ଅଲଗା ଅଟେ । ସଂକ୍ରମଣ ଲକ୍ଷଣରୁ ଯଦି ଜଣଙ୍କ ପାଖରେ ଅଛି ତାହାକୁ ଡେଲ୍ଟା ପ୍ଲସ ହୋଇ ନାହିଁ ତେବେ ତାହା ଓମିକ୍ରୋନ ବୋଲି ଧରିନିଆଯିବ ।
