ବାତ୍ୟା ଜୱାଦ : ଘୁଞ୍ଚିଲା ବିପିୟୁଟି ପରିଚାଳିତ ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷା
ଭୁବନେଶ୍ୱର : ବାତ୍ୟା ଜୱାଦ ପାଇଁ ଘୁଞ୍ଚିଲା ବିପିୟୁଟି ପରିଚାଳିତ ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷା । ରବିବାର ଦିନ ହେବାକୁ ଥିବା ଏଣ୍ଟ୍ରାନ୍ସ ପରୀକ୍ଷା ଆସନ୍ତା ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ଜୱାଦ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ବିପିୟୁଟି ।
ସେପଟେ ବାତ୍ୟାର ପ୍ରଭାବ କଣ ହେବ? କେତେ ହେବ? କେଉଁଠି ଏହାର କ୍ଷୟକ୍ଷତି ସର୍ବାଧିକ ହେବ, ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଞ୍ଜାମ ପୁରୀ ଜିଲା ପ୍ରଶାସନ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ତେବେ ସ୍କୁଲ ବନ୍ଦ ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାର ସ୍କୁଲ ଆସିବେ । କେବଳ ଛାତ୍ରଛାତ୍ରୀ ଆସିବେ ନାହିଁ ।
