ବାତ୍ୟା ଜୱାଦ : କାଲି ୧୯ ଜିଲାରେ ସ୍କୁଲ ଛୁଟି
ବାତ୍ୟା ଜୱାଦ ପାଇଁ ଶନିବାର ୧୯ ଜିଲାରେ ସ୍କୁଲ ଛୁଟି ରହିବ । ଏନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ରହିଛି ।
ସେହିପରି ଗଂଜାାମ ଜିଲ୍ଲାରେ ମଧ୍ୟ ଡିସେମ୍ବର ୪ ତାରିଖରେ ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନମିତା ସେନାପତି ଏହି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆସୁଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ପିଲାମାନଙ୍କର ସ୍ବାର୍ଥକକୁୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ରହି ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ। ସୂଚନା ଯେ, ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଓ ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୩ରୁ ୫ ତାରିଖ ଯାଏଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
