ବିସ୍ଫୋରଣ ଧମକ ପରେ ଉତ୍ତରପ୍ରଦେଶରେ ଜାରି ହେଲା ହାଇଆଲର୍ଟ
ଅଯୋଧ୍ୟା : ବିସ୍ଫୋରଣ ଧମକ ପରେ ଉତ୍ତର ପ୍ରଦେଶରେ ଜାରି ହେଲା ପୋଲିସର ହାଇ ଆଲର୍ଟ । ପୋଲିସ ପକ୍ଷରୁ ପ୍ରବେଶ ଦ୍ୱାର, ହୋଟେଲ ଓ ଧର୍ମଶାଳା, ବସ ଷ୍ଟେସନ ଓ ରେଲୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛି । ଗୁରୁବାର କୌଣସି ଅଜଣା ବ୍ୟକ୍ତି ୧୧୨ ରେ ଫୋନ କରି ଏହି ଧମକ ଦେଇଛି । ଧମକ ଦେଇଥିବା ଯୁବକ ଅହମଦାବାଦ ସହରର ବୋଲି ଜଣାପଡିଛି । ଧମକ ପରେ ଅଯୋଧ୍ୟାରେ ସ୍ଥାନୀୟ ପୋଲିସ ସତର୍କ ଅଛି । ଅଯୋଧ୍ୟା ପ୍ରବେଶ ଦ୍ୱାରରେ ଘନଘନ ଚେକିଂ ଚାଲିଛି । ଲୋକଙ୍କ ଆଇଡି ଚେକଙ୍କ କରାଯଇ ପ୍ରବେଶ ଦିଆଯାଉଛି । ପ୍ରତି ଗଳିକନ୍ଦିରେ ବ୍ଲାକ କ୍ୟାଟ କମାଣ୍ଡୋ ନିୟୋଜିତ କରାଯାଇଛି ।
ପୋଲିସ ଅଧିକାରୀ ପୋଲିସବଲ ସହ ୟେଲୋ ଜୋନରେ ରୁଟ ମାର୍ଚ୍ଚ କରିଛି । ସମସ୍ତ ସୁରକ୍ଷା ପଏଣ୍ଟ ଆକ୍ଟିଭେଟ କରାଯାଇଛି । ୟେଲୋ ଜୋନରେ ଏଟିଏସ ଟିମ ନିରୀକ୍ଷଣ କରିଛି । ଅଯୋଧ୍ୟାର ସବୁ ବ୍ୟାରିୟରରେ ଚେକିଂ ହେଉଛି । ବରିଷ୍ଠ ପୋଲିସ ଅଧିକ୍ଷକ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ସୂଚନା ଯେ, ଉତ୍ତର ପ୍ରଦେଶ ପୋଲିସକୁ ଏକ ଗୁଇନ୍ଦା ଆଲର୍ଟ ମିଳିଥିଲା । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ନାଁରେ ମିଳିଥିବା ଧମକପୂର୍ଣ ଚିଠିରେ ଲକ୍ଷ୍ନୌ, ଅଯୋଧ୍ୟା, କାନପୁର, ବାରାଣାସୀ ସମେତ ୪୬ ରେଲୱେ ଷ୍ଟେସନକୁ ବୋମାରେ ଉଡେଇ ଦେବାକୁ ଧମକ ଦିଆଯାଇଥିଲା । ଏହାପରେ ରେଲୱେ ଷ୍ଟେସନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
