ଶ୍ୱଶୁର ଘରକୁ ଫେରିବେ କି ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଏସଡିଜେଏମ କୋର୍ଟ
ବ୍ରହ୍ମପୁର : ଶ୍ୱଶୁର ଘରକୁ ଫେରିବେ କି ତପସ୍ୱିନୀ। ଆଜି ରାୟ ଶୁଣାଇବେ ଏସଡିଜେଏମ କୋର୍ଟ। ଉଭୟ ପକ୍ଷଙ୍କୁ କୋର୍ଟ ୨୪ଘଣ୍ଟା ସମୟ ଆଲୋଚନା ପାଇଁ ଦେଇଛନ୍ତି। ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ୧୧ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଧାରଣା ଗତକାଲି ଉଭୟ ପକ୍ଷ ଏସଡିଜେଏମଙ୍କ କୋର୍ଟରେ ମାମଲାର ଶୁଣାଣି ପାଇଁ ହାଜର ହୋଇଥିଲେ।
ସ୍ୱାମୀକୁ ପାଇବା ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଥିବା ତପସ୍ୱିନୀ ଆଜି ନ୍ଯାୟ ପାଇଁ କୋର୍ଟରେ ହାଜର ହୋଇଥିଲେ। ତାପସ୍ୱିନୀଙ୍କ ପାଇଁ ଆଜି ପୁଣି ଆଉ ଜଣେ ଆଇନଜୀବୀ ତଥା ଗଞ୍ଜାମ ଓକିଲ ସଙ୍ଘ ସମ୍ପାଦକ ପ୍ରଦୀପ ବେହେରା ଅକାଲତନାମା ଦାଖଲ କଲେ । ବ୍ରହ୍ମପୁରରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାର ଆଜି ଆଜି ଏସ୍ ଡି ଜେ ଏମ୍ କୋର୍ଟରେ ଶୁଣାଣି ଥିଲା। ତପସ୍ୱିନୀ, ତାଙ୍କ ସ୍ୱାମୀ ସୁମିତ ସାହୁ ଏବଂ ତାଙ୍କ ଶଶୁର ପ୍ରମୋଦ ସାହୁ ବ୍ରହ୍ମପୁର ଏସ୍ ଡି ଜେ ଏମ୍ କୋର୍ଟରେ ଉପସ୍ଥିତ ମଧ୍ୟ ରହିଥିଲେ।
ତପସ୍ୱିନୀଙ୍କ ମା ଓ ଭାଇ ମଧ୍ୟ କୋର୍ଟରେ ଉପସ୍ଥିତ ହୋଇଥିଲେ। ମାନ୍ଯବର ଜର୍ଜ ଉଭୟ ସ୍ବାମୀ ଓ ସ୍ତ୍ରୀ କୁଂ କିପରି ପୁନର୍ବାର ମିଶାଇବା ତଥା ଏହି ମାମଲାରେ ଉତ୍ତମ ବୁଝାମଣା ତିଆରି ପାଇଁ କାଉନସେଲିଂ କରିଥିଲେ। ଉଭୟ ତପସ୍ବିନୀ ଓ ସୁମିତ ନିଜ ନିଜର ପକ୍ଷ ରଖିଥିଲେ। ସୁମିତଙ୍କ ଓକିଲ ଏନେଇ ଏକମାସ ସମୟ ମାଗିଥିଲେ। କିନ୍ତୁ ମାନ୍ଯବର ଜର୍ଜ ଆସନ୍ତା କାଲି ହିଁ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ଧାର୍ଯ୍ଯ କରିଛନ୍ତି। ଝିଅ ଶଶୁର ଘରେ ତା ସ୍ୱାମୀଙ୍କ ପାଖରେ ରହୁ ବୋଲି ଦାବି କରିଥିଲେ ତପସ୍ବିନୀଙ୍କ ଓକିଲ। ତେବେ ଏହି ମାମଲାରେ ମାନ୍ୟବର କୋର୍ଟ ଆସନ୍ତା କାଲି ନିଷ୍ପତି ଶୁଣେଇବେ ବୋଲି କହିଛନ୍ତି ତପସ୍ୱିନୀଙ୍କ ଓକିଲ। ଏଣୁ ଏହି ମାମଲାରେ ଆସନ୍ତା କାଲି ରାୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ତପସ୍ବିନୀ ପୁଣି ଥରେ ଧାରଣା ସ୍ଥଳକୁ ଯାଇଛନ୍ତି।
