ଆବଶ୍ୟକ ହେଲେ ସ୍କୁଲରେ ଆଇସୋଲେସନ ରୁମ ହେବ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ଶିକ୍ଷାଦାନ ଓ ସ୍କୁଲ ଖୋଲିବା ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା । ବର୍ତ୍ତମାନ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିଛି ।
ଗଣଶିକ୍ଷା ବିଭାଗ ଶିକ୍ଷାଦାନ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ସେହି ଆଧାରରେ ଶିକ୍ଷାଦାନ ଜାରି ରହିଛି । ଏହାସହ ନୋଡାଲ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । କୋଭିଡ ସଂକ୍ରମଣ ଉପରେ ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିଛି । ସ୍ଥିତି ଉପରେ ବିଭାଗ ସରକାର ପୁରା ନଜର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମଧ୍ୟ ଆସିଛି । ସେହି ହିସାବରେ କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଆବଶ୍ୟକ ହେଲେ ସ୍କୁଲରେ ମଧ୍ୟ ଆଇସୋଲେସନ କକ୍ଷ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
