ସିଆରପି ଓ ଏମବିକେ ଚୟନରେ ଅନିୟମିତତା, ବ୍ଲକ ସମ୍ମୁଖରେ ମହିଳାଙ୍କ ଧାରଣା
ବାଲିଆପାଳ : ସିଆରପି ଓ ଏମବିକେ ଚୟନରେ ଅନିୟମିତତା ଅଭିଯୋଗ । ସେହିପରି ଓଏଲଏମଙ୍କ ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ବିଡ଼ିଓ ଅଫିସ ସମ୍ମୁଖରେ ସୂଚନା ଅଧିକାର ସଂଘ ତତ୍ତ୍ୱାବଧାନରେ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଧାରଣାରେ ବସିଛନ୍ତି ମହିଳାମାନେ। ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପରିସରରେ ଦେଖିବାକୁ ମିଳିଛି ।
ସୂଚନା ଯେ, ଜାମକୁଣ୍ଡା ପଞ୍ଚାୟତରେ ବିଗତ ଦିନରେ ସିଆରପି ଓ ଏମବିକେ ନିଯୁକ୍ତି ପାଇଁ ପ୍ରକ୍ରିୟାକରଣ ହୋଇଥିଲା। ତେବେ ଉକ୍ତ ପ୍ରକ୍ରିୟା କରଣରେ ଅର୍ଥକାରବାର ଓ ଚଞ୍ଚକତା ଅଭିଯୋଗ ହୋଇଥିବାରୁ ପ୍ରକ୍ରିୟା କରଣ ସମ୍ପୂର୍ଣ୍ଣ ହୋଇ ପାରିନିଥିଲା। ମାତ୍ର ଏବେ ଉକ୍ତ ପଞ୍ଚାୟତରେ ଓଏଲଏମଙ୍କୁ ହାତ ବାରସି କରି ସିଆରପି ଓ ଏମବିକେ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି ବୋଲି ମହିଳା ମାନେ ଅଭିଯୋଗ ଆଣିବା ସହିତ ଓଏଲଏମକୁ ଦାୟୀ କରି ପୁନଃ ନିଯୁକ୍ତି ପାଇଁ ଦାବି କରି ବାଲିଆପାଳ ବ୍ଲକ ପରିଶରରେ ଗତ ମଙ୍ଗଳବାର ଠାରୁ ଶୀତକାକରକୁ ଖାତିର ନକରି ଧାରଣା ଦେଇଛନ୍ତି। ଛୋଟ ପିଲାଙ୍କୁ ଧରି ମହିଳାମାନେ ଧାରଣାରେ ଖାଇବା ପିଇବା ନକରି ବସିଥିବାର ଦେଖିବାକୁ ମିଳିଛି । .ଘଟଣାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଜିଲା ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି । ତେବେ ଧାରଣା ରତ ମିହିଲା ମାନଙ୍କୁ କେବେ କିପ୍ରକାର ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଉଛି । ଅପରପକ୍ଷେ ଏହି ଘଟଣାରେ ଯଦି ଅଧିକାରୀ ମାନେ କିଛି ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି କଡା ଚେତାବନୀ ଦେଇଛି ସୂଚନା ଅଧିକାର ସଂଘ। ତେବେ ବାଲିଆପାଳ ବିଡ଼ିଓ ଅନ୍ୟତ୍ର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
