ଦିଲ୍ଲୀବାସୀଙ୍କୁ ବଡ଼ ଉପହାର : ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ
ନୂଆଦିଲ୍ଲୀ : ଡିସେମ୍ବର ପ୍ରଥମ ଦିନରେ କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କ୍ୟାବିନେଟ ବୈଠକରେ ପେଟ୍ରୋଲ ଉପରେ ଭାଟ୍ ହ୍ରାସ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ କାରଣରୁ ପେଟ୍ରୋଲ ଦିଲ୍ଲୀରେ ବର୍ତ୍ତମାନ ଶସ୍ତା ହେବ । ପେଟ୍ରୋଲ ଦର ହ୍ରାସ ଯୋଗୁଁ ଦିଲ୍ଲୀର ଲୋକମାନେ ଆରାମ ପାଇବେ । ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଭ୍ୟାଟ୍ ୩୦%ରୁ ୧୯.୪୦%କୁ ହ୍ରାସ କରିଛନ୍ତି । ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ପିଛା ୧୦୩ ଟଙ୍କା ଥିଲା ଯାହା ବର୍ତ୍ତମାନ ଲିଟର ପିଛା ୯୫ ଟଙ୍କା ହୋଇଛି । ଏହି ନୂତନ ଦର ଆଜି ମଧ୍ୟରାତ୍ରିରୁ ପ୍ରଯୁଜ୍ୟ ହେବ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ “ଆମେ ଭାଟ୍ ହ୍ରାସ କରିବୁ, ଗଣନା ଚାଲିଛି, ଆମେ ଯାହା ବି କରିବୁ, ଆମେ କଂକ୍ରିଟ୍ କରିବୁ ।” ଏହା କେବେ ପର୍ଯ୍ୟନ୍ତ ହୋଇଯିବ ଏହାର ଜବାବରେ ସିଏମ୍ କହିଛନ୍ତି ଯେ ଡେପୁଟି ସିଏମ୍ ମନୀଷ ସିସୋଦିଆ ମଧ୍ୟ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । ଯଦିଓ ଏପର୍ଯ୍ୟନ୍ତ ୟୁପି ଏବଂ ହରିୟାଣାରେ ଭାଟ୍ ହ୍ରାସ କରାଯାଇ ସାରିଛି, କିନ୍ତୁ ଦିଲ୍ଲୀରେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।
ସୂଚନା ଯେ, ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଡିଜେଲର ନୂତନ ଦର ଜାରି କରିଛି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରକାଶିତ ଦରରୁ ଜଣା ପଡିଛି ଯେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୩.୯୭ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୫୭ ଟଙ୍କାରେ ବିକ୍ରି ହେଉଛି । କହି ରଖୁଛୁ ଯେ ତୈଳ କମ୍ପାନୀଗୁଡିକ ଆଜି ମଧ୍ୟ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି କରିନାହିଁ ।
