କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଅମିତ ସାଧ
ମୁମ୍ବାଇ : ମହାମାରୀ କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଅମିତ ସାଧ । ସୋସିଆଲ ମିଡିଆରେ ଅମିତ ଏହି ସୂଚନା ଦେଇଛନ୍ତି ।
ଅମିତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଅନେକ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୋର କରୋନା ରିପୋର୍ଟ ପଜେଟିଭ୍ ଆସିଛି । ଲକ୍ଷଣଗୁଡ଼ିକ ବହୁତ କମ୍ ଅଛି କିନ୍ତୁ ମୁଁ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛି । ମୁଁ ନିଜକୁ ଆଇସୋଲେଟ୍ କରି ଘରେ କ୍ୱାରେଣ୍ଟାଇନରେ ରହୁଛି । ମୁଁ ଜାଣେ ମୁଁ ସୁସ୍ଥ ହୋଇଫେରିବି । ଆପଣ ସମସ୍ତେ ସାବଧାନ ଓ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କର ଯତ୍ନ ନିଅନ୍ତୁ । ଲଭ୍ ୟୁ ଅଲ୍ … ବୋଲି ଲେଖିଛନ୍ତି ଅମିତ ।’ ମନୋରଞ୍ଜନ ଜଗତରୁ ପ୍ରତିଦିନ କେହି ନା କେହି କରୋନା ସଂକ୍ରମିତ ହେଉଛନ୍ତି । ଗତ ସପ୍ତାହରେ ଅଭିନେତା କମଲ ହାସନ କରୋନା ଭାଇରସର ଶିକାର ହୋଇଥିଲେ । ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାରତ ଅଛନ୍ତି ।
