ବାଲେଶ୍ୱର : ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଉତ୍ତେଜନା
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ବଡଖୁଡି ୟୁ.ପି. ସ୍କୁଲ ପରିସରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ସକାଳ ୮ଟାରୁ ମହିଳା, ପୁରୁଷ ଓ ବୃଦ୍ଧବୃଦ୍ଧା ଲାଇନରେ ଛିଡାହୋଇ କାର୍ଡ ନେବାପାଇଁ ଅପେକ୍ଷା କରିଥିଲେ । ସକାଳ ୯ ଟାରୁ କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ବିତରଣରେ ବିଳମ୍ବିତ ହେବା ନେଇ ଲୋକଙ୍କ ମଧ୍ୟରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନା ଯେ, ପ୍ରତ୍ୟେକ ନିର୍ବାଚନରେ ସାନଖୁଡି, ଲକ୍ଷ୍ମଣାପଡା ଓ ପଣ୍ତରୁଙ୍ଗି ବିଦ୍ୟାଳୟ ଭୋଟ କେନ୍ଦ୍ରରେ ଲୋକମାନେ ସୁରୁଖୁରରେ ଭୋଟ ଦେଇଥାନ୍ତି । ସେହିପରି ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସେହି ବିଦ୍ୟାଳୟମାନଙ୍କରେ ହୋଇଥାନ୍ତା, ଲୋକମାନଙ୍କୁ ଭୋକ ଉପାସରେ ସନ୍ଧ୍ୟା ୫.୫୦ ମିନିଟ ପର୍ଯ୍ୟନ୍ତ ରହିବାକୁ ପଡି ନଥାନ୍ତା । ଯଦି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ବା କଣ୍ଟୋଲ ରିଟିଲର ମାନଙ୍କୁ ଦାଇତ୍ୱ ଦିଆଯାଇଥାନ୍ତା, ଏହିଭଳି ପରିସ୍ଥିତି ଉପୁଜି ନଥାନ୍ତା । ଏହି କାର୍ଡ ନେବାପାଇଁ ୬୦୦ ଶହରୁ ଉଦ୍ଧ୍ୱର୍ ଲୋକ ରୁଣ୍ତ ହୋଇ ହୋ-ହାଲ୍ଲା କରିଥିଲେ । ଖବରପାଇ ସ୍ଥାନୀୟ ନେତା ଓ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାଇବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।
