ଦେଶରେ ଓମିକ୍ରୋନର କୌଣସି ମାମଲା ନାହିଁ : ମନସୁଖ ମଣ୍ଡଭିଆ
ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମନସୁଖ ମଣ୍ଡଭିଆ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ କରୋନାର ନୂଆ ଭେରିଆଂଟ ଓମିକ୍ରୋନର କୌଣସି ମାମଲା ସାମନାକୁ ଆସିନାହିାଁ
ଡା. ମଣ୍ଡଭିଆ ସଂସଦରେ ଦେଶର ଲୋକଙ୍କୁ ଆଶ୍ୱସ୍ତ କରି କହିିଛନ୍ତି ଏହି ଭେରିଆଂଟରୁ ବଂଚିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ସେ ସୁଚନା ଦେଇ କହିଛନ୍ତି ଯେ ସବୁ ରାଜ୍ୟକୁ ସତର୍କତା ରହିବା ଓ ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ପାଇଁ ନୁଆ ନିର୍ଦେଶନାମା ଜାରି କରାହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଆଜି ପର୍ଯ୍ୟନ୍ତ ଓମୀକ୍ରୋନ ୧୪ଟି ଦେଶରେ ଦେଖାଯାଇଛି କିନ୍ତୁ ଭାରତରେ ବର୍ତମାନ ସୁଦ୍ଧା କୌଣସି ମାମଲା ସାମନାକୁ ଆସିନାହିଁ ।
