ଏନଆରସି ଉପରେ ବର୍ତମାନ ନିଷ୍ପତି ହେବନାହିଁ
ନୂଆଦିଲ୍ଲୀ : ଲୋକସଭାରେ ମଙ୍ଗଳବାର ଦିନ ସରକାର କହିଲେ ଯେ ରାଷ୍ଟ୍ରୀୟ ସ୍ତରରେ ସିଟିଜନ୍ ରେଜିଷ୍ଟର(ଏନ୍ଆର୍ସି) ପ୍ରସ୍ତୁତି ଉପରେ ଏବେ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ ।
କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାକୁ କହିଛନ୍ତି ଯେ ନାଗରିକତା ସଂଶୋଧନ କାନୁନ୍-୨୦୧୯(ସିଏଏ) ୧୨ ଡିସେମ୍ବର ୨୦୧୯କୁ ଅଧିସୂଚିତ କରାଯାଇଥିଲା । ତାହା ୧୦ ଜାନୁଆରୀ ୨୦୨୦ରୁ ଲାଗୁ ହୋଇଛି । ସିଏଏ ଅନ୍ତର୍ଗତ ଆସୁଥିବା ଲୋକ ନିୟମ ଅନୁଯାୟୀ ନାଗରିକତା ପାଇଁ ଆବେଦନ ଦେଇପାରିବେ । ସେ ଏକ ପ୍ରଶ୍ନର ଉତରରେ କହିଛନ୍ତି ଯେ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ତରରେ ଭାରତୀୟ ନାଗରିକଙ୍କ ରେଜିଷ୍ଟର ପ୍ରସ୍ତୁତ କରିବା ଉପରେ କୌଣସି ନିଷ୍ପତି ନେଇନାହାନ୍ତି ।
