ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧିଙ୍କ ଅଭିଯୋଗ ଭିତିହୀନ : ପୀୟୁଷ ଗୋୟଲ
ବିରୋଧୀ ସଦସ୍ୟଙ୍କ ନିଲମ୍ବନ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ
ନୂଆଦିଲ୍ଲୀ : ରାଜ୍ୟସଭାରେ ଗୃହର ନେତା ପୀୟୁଷ ଗୋୟଲ ମଙ୍ଗଳବାର ଦିନ ବାଚସ୍ପତିଙ୍କ ବିରୋଧରେ ବିରୋଧିଙ୍କ ଅଭିଯୋଗକୁ ନିନ୍ଦା କରିଛନ୍ତି । ୧୨ ଜଣ ବିରୋଧି ଳର ସଦସ୍ୟଙ୍କୁ ନିଲମ୍ବନ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । କିନ୍ତୁ ଗୃହର ବାଚସ୍ପତିଙ୍କ ବିରୋଧରେ ବିରୋଧିଦଳର ଅଭିଯୋଗ ଭିତିହୀନ ।
ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପରେ ଡେପୁଟି ଚେୟାରମ୍ୟାନ୍ ହରିବଂଶ ଗୃହର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ପ୍ରକ୍ରିୟା ସମୟରେ ଗୃହର ନେତା ଗୋୟଲ କହିଛନ୍ତି ଯେ, ବିରୋଧି ଦଳର ୧୨ ଜଣଙ୍କୁ ନିଲମ୍ବନ କରିବାର ନିଷ୍ପତି ଗୃହରେ ରହିଛି । ଏହି ପରିପ୍ରେକ୍ଷୀରେ ବିରୋଧିଦଳଙ୍କ ଦ୍ୱାରା ବାଚସ୍ପତିଙ୍କ ବିରୋଧରେ ଭିତିହୀନ ଅଭିଯୋଗ କରାଯାଇଛି, ଏହା ଠିକ୍ ନୁହେଁ । ସେ କହିଛନ୍ତିଯେ, ସରକାର ବିରୋଧି ଦଳର ସମର୍ଥନ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ ନିଲମ୍ବିତ ସଦସ୍ୟଙ୍କୁ କ୍ଷମା ମାଗିବାକୁ ପଡ଼ିବ ଏବଂ ଗୃହର ଶାନ୍ତିପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବାକୁ ପଡ଼ିବ । ନିଲମ୍ବିତ ସଦସ୍ୟଙ୍କ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
