ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ । ଗୃହରେ କେଉଁ ସବୁ ମୁଦ୍ଦା ଗୁଡ଼ିକ ଦଳ ଉଠାଇବ ସେ ନେଇ ବୈଠକରେ ହେବ ଆଲୋଚନା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିଛି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ସମସ୍ତ ବିଧାୟକଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୈଠକରେ ଉପସ୍ଥିତ ଅଛନ୍ତି ।
