ଆଜି ଭେଙ୍କେୟା ନାଇଡୁଙ୍କୁ ଭେଟିବେ ନିଲମ୍ବିତ ସାଂସଦ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଶୀତ ଅଧିବେଶନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟସଭାରେ ସାଂସଦଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ୧୧୦ ଦିନ ପରେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ୧୨ ସାଂସଦ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଙ୍କେୟା ନାଇଡୁଙ୍କୁ ଭେଟିବେ । ସଂସଦ ପରିସରରେ ଭେଙ୍କେୟା ନାଇଡୁଙ୍କ ବାସଭବନରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।
ସଂସଦର ଶୀତ ଅଧିବେଶନ ପ୍ରଥମ ଦିନରେ ରାଜ୍ୟ ସଭା ଗତ ମୌସୁମୀ ଅଧିବେଶନରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନରୁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସରୁ ୬ଜଣ, ଟିଏମସି ଓ ଶିବସେନାରୁ ୨ଜଣ ଲେଖାଏଁ ଏବଂ ସିପିଏମ ଓ ସିପିଆଇରୁ ଜଣେ ଲେଖାଏଁ ସଦ୍ୟସ ରହିଛନ୍ତି । ଏମାନଙ୍କ ବିରୋଧରେ ଅଗଷ୍ଟ ୧୧ ତାରିଖରେ ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ଦିନରେ ରାଜ୍ୟସଭାରେ ହଙ୍ଗାମା କରିବା ସହ ସଦନର ମର୍ଯ୍ୟାଦାକୁ ଉଲ୍ଲଘଂନ କରିବା ଅଭିଯୋଗ ରହିଛି । ଗୃହରେ ଇନସ୍ୟୁରାନ୍ସ ବିଲ ସମ୍ପର୍କରେ ଆଲୋଚନା ସମୟରେ ଜୋରଦାର ହଙ୍ଗାମା ହୋଇଥିଲା । ବିରୋଧୀ ଦଳର ସାଂସଦମାନେ ଠେଲାପେଲା ହୋଇଥିଲେ । ବିରୋଧୀ ସାଂସଦମାନେ ସଂସଦ କର୍ମଚରୀଙ୍କ ଟେବୁଲ ଉପରେ ଚଢି କଳାପତାକା ପ୍ରଦର୍ଶନ କରିଥିଲେ । ସରକାର ବିରୋଧୀ ନାରାବାଜି କରିବା ସହିତ ଫାଇଲ ମଧ୍ୟ ଫୋପାଡି ଥିଲେ । ଏହି ଘଟଣାର ଯାଞ୍ଚ ପାଇଁ ଅଧ୍ୟକ୍ଷଙ୍କୁ ଭେଙ୍କେୟା ନାଇଡୁ ଏକ କମିଟି ଗଠନ କରିଥିଲେ । ତାକୁ ଆଧାର କରି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଜି କ୍ଷମା ପ୍ରାର୍ଥନା ନିମନ୍ତେ ଅଧ୍ୟକ୍ଷଙ୍କୁ ଭେଙ୍କେୟା ନାଇଡୁଙ୍କୁ ଭେଟିବେ ନିଲମ୍ବିତ ୧୨ ସାଂସଦ ।
