ଜୁନିଅର ହକି ବିଶ୍ୱକପ : କ୍ବାର୍ଟରଫାଇନାଲରେ ୮ଟି ଦଳ, ବୁଧବାରଠୁ ନକଆଉଟ୍ ପର୍ଯ୍ୟାୟ
ଭୁବନେଶ୍ବର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ପୁରୁଷ ହକି ବିଶ୍ବକପର ପୁଲ୍ ପର୍ଯ୍ୟାୟ ଶେଷ ହୋଇଛି । କ୍ବାର୍ଟର-ଫାଇନାଲ ଖେଳିବାକୁ ୮ଟି ଦଳ ଚୂଡାନ୍ତ ହୋଇଥିବା ବେଳେ ଡିସେମ୍ବର ୧ରୁ ଟୁର୍ଣ୍ଣାମେଣ୍ଟର ନକଆଉଟ୍ (କ୍ବାର୍ଟର-ଫାଇନାଲ) ପର୍ଯ୍ୟାୟ ଆରମ୍ଭ ହେବ । ଜର୍ମାନୀ, ସ୍ପେନ, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା, ଫ୍ରାନ୍ସ, ମାଲେସିଆ, ବେଲଜିୟମ ଓ ଭାରତ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
କ୍ବାର୍ଟର-ଫାଇନାଲ ମ୍ୟାଚ୍ ସୂଚୀ :
ମ୍ୟାଚ୍ ତାରିଖ/ଦିନ ଟିମ୍ ସମୟ
ଡିସେମ୍ବର ୧ (ବୁଧବାର) ଜର୍ମାନୀ ବନାମ ସ୍ପେନ୍ ୧୦.୩୦ AM
ଡିସେମ୍ବର ୧ (ବୁଧବାର) ନେଦରଲାଣ୍ଡ୍ସ ବନାମ ଆର୍ଜେଣ୍ଟିନା ୧.୩୦ PM
ଡିସେମ୍ବର ୧ (ବୁଧବାର) ଫ୍ରାନ୍ସ ବନାମ ମାଲେସିଆ ୪.୩୦ PM
ଡିସେମ୍ବର ୧ (ବୁଧବାର) ବେଲଜିୟମ ବନାମ ଭାରତ ୭.୩୦ PM
ପ୍ରଥମ ଦୁଇଟି କ୍ବାର୍ଟର ଫାଇନାଲର ବିଜେତା ଟିମଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲସ ମ୍ୟାଚ୍ ଡିସେମ୍ବର ୩(ଶୁକ୍ରବାର) ଅପରାହ୍ନ ୪.୩୦ରେ ଖେଳାଯିବ । ସେହିପରି ତୃତୀୟ ଓ ଚତୁର୍ଥ କ୍ବାର୍ଟର ଫାଇନାଲର ଦୁଇ ବିଜେତା ଟିମ ଦ୍ବିତୀୟ ସେମିଫାଇନାଲରେ ସାମ୍ନାସାମ୍ନି ହେବେ । ଡିସେମ୍ବର ୫(ରବିବାର)ରେ ଟୁର୍ନାମେଣ୍ଟର ମେଗା ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଖେଳାଯିବ ।
