ଜମିବାଡ଼ି ବିବାଦ : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ
ଯାଜପୁର : ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ ସାରଙ୍କ ପରିବାର ଉପରେ ଆକ୍ରମଣ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ତିରା ଗାଁରେ ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରାଣାନ୍ତକ ଆକ୍ରମଣ କଲେ ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ । ଏପରିକି ନନ୍ଦସାରଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି । ଏ ନେଇ ସୁକିନ୍ଦା ଥାନାରେ ନନ୍ଦସାର ଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଯେ, ଦୀର୍ଘ ଦିନ ଧରି ଜମିବାଡ଼ିକୁ ନେଇ ନନ୍ଦସାରଙ୍କ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ କନ୍ତିରା ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଆକ୍ରମଣ କରିଥିଲେ। ତେବେ ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।
