ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର : ଗୋପାଳପୁର ବିଧାୟକ ଅର୍ଥ କାରବାର ଖୋଲିବ ରାଜ । ଆଜି ଜେରା ପାଇଁ ଇଡ଼ିରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟ ପାଠକ ଓ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଏହାପରେ ସେ ବେଲରେ ଆସିଥିଲେ । ତେବେ ବିଧାୟକଙ୍କ ଅର୍ଥ କାରବାରର ରାଜ ଜାଣିବା ପାଇଁ ପ୍ରଦୀପଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ଆଧାରରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଏପରିକି ତାଙ୍କ ସହ ପାଠକ ପରିବାରର କିଛି ଅର୍ଥ କାରବାର ହୋଇଥିବା ପୂର୍ବରୁ ସାମ୍ନାକୁ ଆସିଥିଲା ।
ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହୋଇଥିଲେ । ଏହାପୂର୍ବରୁ ମଧ୍ୟ ବହିଷ୍କୃତ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କୁ ଜେରା କରିଥିଲା ଇଡି । ଏହାପରେ ପ୍ରଦୀପଙ୍କ ଝିଅ ଶ୍ରୁତିଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । ଇଡିର ନୋଟିସ ଆଧାରରେ ଶୁକ୍ରବାର ଦିନ ଶ୍ରୁତି ପାଣିଗ୍ରାହୀ ହାଜର ହୋଇଥିଲେ । ସେହିପରି ସୋମବାର ଦିନ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । ଏହି ଆଧାରରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଇଡି କରିବ ପଚରାଉଚରା ।
