ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ
ନବରଙ୍ଗପୁର : ନବରଙ୍ଗପୁରରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କଲେ ପୋକ୍ସୋ କୋର୍ଟ । ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ ।
ସୂଚନା ଯେ, ଜୁଲାଇ ୧୭, ୨୦୧୭ରେ ନବରଙ୍ଗପୁରର ନାବାଳିକା ଜଣକ ଖେଳୁଥିବା ସମୟରେ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ଅଭିଯୁକ୍ତ ସୁକଦେବ ହରିଜନକୁ ଗିରଫ କରିଥିଲା ପୋଲିସ । ମାମଲା ବିଚାରଧୀନ ଥିବାବେଳେ ଶୁକ୍ରବାର ଶେଷ ଶୁଣାଣି କରିଛନ୍ତି ଅଦାଲତ । ୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ସୁକଦେବକୁ ଦୋଷୀ ସାବ୍ୟସ୍ଥ କରିବା ସହ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ।ଏଥିସହ ୧୦ ହଜାର ଜରିମାନା ପକାଇଛନ୍ତି । ଅନ୍ୟପଟେ ପୀଡିତ ନାବାଳିକାକୁ ୫ ଲକ୍ଷର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
