ଚିଟଫଣ୍ଡ କମ୍ପାନୀ ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଠକେଇ ମାମଲାରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର : ଅର୍ଥନୈତିକ ଅପରାଧିକ ଶାଖା ଚିଟଫଣ୍ଡ କମ୍ପାନୀ ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସର ନିର୍ଦ୍ଦେଶକ ସୁଦର୍ଶନ ସେନାପତିଙ୍କୁ ଗିରଫ କରିଛି । ଚିଟଫଣ୍ଡ କମ୍ପାନୀ ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଠକେଇ ମାମଲାରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଥିଲେ ସୁଦର୍ଶନ ସେନାପତି । ଦେବେନ୍ଦ୍ର ନାୟକ ନାମକ ଜମାକାରୀଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଛି ।
କଟକ, ଭୁବନେଶ୍ୱର ଓ ପୁରୀରେ ଏହି କମ୍ପାନୀ ବ୍ରାଞ୍ଚ ଖୋଲି ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ୨୦୧୧ରୁ କମ୍ପାନୀ ବ୍ରାଞ୍ଚ ଖୋଲି ଲୋଭନୀୟ ସ୍କିମ୍ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲା । ଏହାପରେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଅଭିଯୁକ୍ତ ଏମଡି କେଦାରନାଥ ସାହୁ, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୋ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବାଷ ଚନ୍ଦ୍ର ମହାନ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଖଣ୍ଡଗିରି, ଭୁବନେଶ୍ୱର, ଶାଖା କାର୍ଯ୍ୟାଳୟ ନିଆଳୀ , ଚାରିଛକ, ପୁରୀ, ଅସ୍ତରଙ୍ଗ, ପାଣିକୋଇଲି, ବ୍ରହ୍ମଗିରି ଏବଂ ଜଗତସିଂହପୁରରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ରହିଛି।
