ଆଜି ୧୮ତମ ଆରଆଇସି ବୈଠକ, ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ହେବ ୧୮ତମ ରୁଷିଆ-ଇଣ୍ଡିଆ-ଚାଇନା (ଆରଆଇସି) ବୈଠକ । ଶୁକ୍ରବାର ଡିଜିଟାଲ୍ ଭିଡିଓ କନଫରେନ୍ସ ଫର୍ମାଟରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିବେ ।
ଅନୁଷ୍ଠିତ ବୈଠକରେ ବୈଦେଶିକ ମନ୍ତ୍ରୀମାନେ (ଆରଆଇସି) ୩ଦେଶ ମଧ୍ୟରେ ପାରସ୍ପାରିକ ତଥା ତ୍ରିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ସହିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସେପ୍ଟେମ୍ବର ୨୦୨୦ରେ ଋଷ ରାଜଧାନୀ ମସ୍କୋରେ ଆରଆଇସି ବୈଠକ ଶେଷ ହେବା ପରେ ଭାରତ ଆରଆଇସିର ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା । ଚଳିତବର୍ଷ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିବାକୁ ଥିବାବେଳେ ଆସନ୍ତା ବର୍ଷ ହେବାକୁ ଥିବା ବୈଠରେ ଚୀନ ବୈଦେଶିକ ମନ୍ତ୍ରୀ ଅଧ୍ୟକ୍ଷତା କରିବେ ।
