ଫାଶୀ ଦଣ୍ଡ ବଦଳରେ ଆଜୀବନ ଦଣ୍ଡାଦେଶ ଆଦେଶ ଦେଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ : ବମ୍ବେ ହାଇକୋର୍ଟ ମୁମ୍ବାଇର ଶକ୍ତି ମିଲ୍ସରେ ସାମୁହିକ ଦୁଷ୍କର୍ମ ଘଟଣାରେ ତିନି ଜଣଙ୍କୁ ଫାଶୀ ଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି । ହାଇକୋର୍ଟ ଏହି ଘଟଣାକୁ ଗୋଟିଏ ବିଭତ୍ସ ଘଟଣା ବୋଲି କହିଛି । କୌଣସି ମହିଳାଙ୍କୁ ଦେଖିଲେ ସମାଜର ନଜର ବଦଳିବା ଆବଶ୍ୟକ ଜରୁରୀ ଏଥିରେ ମଧ୍ୟ ଜୋର ହେବା ଆବଶ୍ୟକ ।
ଶକ୍ତି ମିଲ୍ସ ପରିସରରେ ଖବର ନେବାକୁ ଯାଇଥିବା ମହିଳା ସାମ୍ବାଦିକ ,ସହିତ ୨୨ ଅଗଷ୍ଟ୨୦୧୩ ରେ କିଛି ଅସାମାଜିକ ଲୋକ ସାମୁହିକ ଭାବରେ ଏଭଳି ଦୁଷ୍କର୍ମ କରିଥିଲେ । ନ୍ୟାୟାଳୟ ଏହି ମାମଲାରେ ଅବିଯୁକ୍ତ ବିଜୟ ଜାଦବ, କାସିମ ବଂଗାଲି ଓ ସଲିମ ଅସାରିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ଡିସେମ୍ବର ୨୦୧୪ରେ ଫାସି ଦଣ୍ଡ ଶୁୁଣାଇ ଥିଲେ । ତିନି ଦୋଷୀ ନ୍ୟାୟାଳୟର ଫଇସଲାକୁ ହାଇକୋର୍ଟରେ ଆଉ ଥରେ ଶୁଣାଣି ପାଇଁ ଆବେଦନ କରିଥିଲେ । ଜଷ୍ଟିସ୍ ଏସ୍ ଏସ୍ ଯାଦବ ଏବଂ ଜଷ୍ଟିସ୍ ପୃଥିରାଜ ଚୈାହାନ ବେଂଚ ଆଜି ଏହି ଦୋଷି ମାନଙ୍କର ଫାସି ଦଣ୍ଡ ବଦଳରେ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ।
