ରାଉରକେଲା ମ୍ୟୁନିସପାଲ ନିର୍ବାଚନ : ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
କଟକ : ରାଉରକେଲା ମ୍ୟୁନସିପାଲ ନିର୍ବାଚନ ନେଇ ହୋଇଥିବା ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ପରବର୍ତ୍ତୀ ଶୁଣାଣି ମଧ୍ୟରେ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଗୁରୁବାର ରାଉରକେଲା ମ୍ଯୁନିସିପାଲ ନିର୍ବାଚନ ନେଇ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣିକୁ ଡିସେମ୍ବର ୭କୁ ଘୁଞ୍ଚାଇଛନ୍ତି ।
