ରାଜ୍ୟରେ ଆଉ ୩୩୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା କୋପ ହ୍ରାସ ପାଉଛି । ପୂର୍ବପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସେହି ଅନୁଯାୟୀ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୭ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୧୩, ବରଗଡ ୩, ଭଦ୍ରକରୁ ୩, ବୌଦ୍ଧରୁ ୨, କଟକରୁ ୨୧, ଦେବଗଡରୁ ୧, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୬, ଯାଜପୁରରୁ ୧୦, ଝାରସୁଗୁଡାରୁ ୫, କେନ୍ଦ୍ରପଡାରୁ ୮, କେନ୍ଦୁଝର ୩, ମୟୂରଭଞ୍ଜରୁ ୧୨, ନୟାଗଡରୁ ୨, ପୁରୀରୁ ୬, ରାୟଗଡାରୁ ୧, ସମ୍ବଲପୁରରୁ ୫୧, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୋଲରୁ ୩୪ଜଣ ସଂକ୍ରମଣ ମାମଲା ରହିଛି । ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୫୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୦୦୯ ରହିଥିବା ବେଳେ ୨୪୦୩ ଜଣ ଚିକିତ୍ସିତ ହେଉଛନ୍ତି ।
