ବିବାହ ବନ୍ଧନରେ ଆବଦ୍ଧ ହେଲେ ଉନ୍ମକ୍ତ ଚାନ୍ଦ, ବାନ୍ଧବୀ ସିମରନଙ୍କୁ କଲେ ଜୀବନସାଥୀ
ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ପୂର୍ବତନ ୧୯ ବର୍ଷରୁ କମ ବିଶ୍ବକପ ବିଜୟୀ କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ । ଫିଟନେସ୍ ଟ୍ରେନର ସିମରନ ଖୋସଲାଙ୍କୁ ରବିବାର ବିବାହ କରିଛନ୍ତି ଉନ୍ମୁକ୍ତ । ଲମ୍ବା ସମୟ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଶେଷରେ ବାନ୍ଧବୀଙ୍କୁ ଜୀବନସାଥୀ କରିଛନ୍ତି ପୂର୍ବତନ ବିଶ୍ବବିଜୟୀ ଭାରତୀୟ କ୍ୟାପଟେନ ଉନ୍ମୁକ୍ତ ।
ଉନ୍ମୁକ୍ତ ଓ ସିମରନ ସେମାନଙ୍କର ବିବାହ ସମୟର ଫଟୋ ସେୟାର କରିଛନ୍ତି । ପୂର୍ବତନ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବ୍ୟାଟର, ପୁରସ୍କାର ବିଜେତା ପିଟନେସ ଓ ପୋଷଣ ପ୍ରଶିକ୍ଷକ ସିମରନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପୂର୍ବତନ ଭାରତୀୟ ୧୯ ବର୍ଷରୁ କମ ଭାରତୀୟ ଟିମର କ୍ୟାପଟେନ ସୋସିଆଲ ମିଡିଆରେ ଏହି ଖୁସି ଖବର ତାଙ୍କର ତାଙ୍କର ଫ୍ୟାନ୍ସ ଓ ବନ୍ଧୁଙ୍କୁ ଜଣାଇଛନ୍ତି ।
ଉନ୍ମୁକ୍ତ ଟ୍ବିଟରରେ ବିବାହ ଉତ୍ସବର ଫଟୋ ସେୟାର କରିଛନ୍ତି । ଉନ୍ମୁକ୍ତଙ୍କ ପତ୍ନୀ ସିମରନ ମଧ୍ୟ ଇଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ (ବିବିଏଲ) ଖେଳିବାରେ ଉନ୍ମୁକ୍ତ ଚାନ୍ଦ ଖୁବଶୀଘ୍ର ପ୍ରଥମ ଭାରତୀୟ ଖେଳାଳି ହେବାକୁ ଯାଉଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ୨୦୨୧-୨୦୨୨ ସଂସ୍କରଣର ବିବିଏଲରେ ମେଲବୋର୍ଣ୍ଣ ରେନେଗେଡ୍ସ କ୍ୟାମ୍ପ୍ର ସଦସ୍ୟ ହୋଇଛନ୍ତି । ପୂର୍ବରୁ ୨୮ ବର୍ଷ ବୟସରେ ଭାରତରେ କ୍ରିକେଟ ଖେଳିବାରୁ ସନ୍ୟାସ ନେବା ସହ ୟୁଏସଏ ପକ୍ଷରୁ ଖେଳିବାକୁ ଯୋଜନା କରିଛନ୍ତି ଉନ୍ମୁକ୍ତ । ୨୦୧୨ ସଂସ୍କରଣର ୧୯ ବର୍ଷରୁ କ୍ରିକେଟ ବିଶ୍ବକପ ଉନ୍ମୁକ୍ତଙ୍କ ଅଧିନାୟକତ୍ବରେ ଜିତିଥିଲା ଭାରତ । ତେବେ ତାଙ୍କୁ ସିନିୟର ଟିମରେ ଖେଳିବାର ସୌଭାଗ୍ୟ ମିଳିନାହିଁ । ମାତ୍ର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ୩ଟି ଭିନ୍ନ ଫ୍ରାଞ୍ଚାଇଜକୁ ସେ ପ୍ରତିନିଧିତ୍ବ କରିଛନ୍ତି ।
