ଗୁମଡା, ଜିମିଡିପେଟାରେ ରହଣି କରିବ ରାୟଗଡା-ଗୁଂଟୁର ଏକ୍ସପ୍ରେସ
ଭୁବନେଶ୍ୱର : ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ରାୟଗଡା-ଗୁଂଟୁର-ରାୟଗଡା ଏକ୍ସପ୍ରେସକୁ ଗୁମଡା ଏବଂ ଜିମିଡିପେଟା ଷ୍ଟେସନ ଠାରେ ରହଣି ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଥିବାବେଳେ ରାୟଗଡା-ଗୁଂଟୁର ଏକ୍ସପ୍ରେସର ସମୟ ସାରଣୀକୁ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ କରାଯାଇଛି ।
୧୭୨୪୩/୧୭୨୪୪ ଗୁଂଟୁର-ରୟାଗଡା-ଗୁଂଟୁର ଏକ୍ସପ୍ରେସ ଗୁଂଟୁରରୁ ଡିସେମ୍ବର ମାସ ପହିଲା ଠାରୁ ଏବଂ ରାୟଗଡ଼ାରୁ ଡିସେମ୍ବର ମାସ ୨ ତାରିଖ ଠାରୁ ଉଭୟ ପାର୍ଶ୍ୱରୁ ଉପରୋକ୍ତ ଷ୍ଟେସନଗୁଡିକରେ ରହଣି କରିବ । ୧୭୨୪୩ ଗୁଂଟୁର-ରାୟଗଡା ଏକ୍ସପ୍ରେସ ଗୁମଡାରେ ଅପରାହ୍ନ ୧୨ଘ.୫୮ମି.ରେ ପହଂଚି ୧ ଘଟିକାରେ ରେ ଛାଡିବ । ସେହିଭଳି, ଏହା ଜିମିଡିପେଟାରେ ଅପରାହ୍ନ ୧ଘ.୧୫ମି.ରେ ପହଂଚି ଅପରାହ୍ନ ୧ଘ.୧୭ମି.ରେ ରାୟାଗଡା ଅଭିମୁଖେ ଯିବ । ଫେରିବା ମାର୍ଗରେ ୧୭୨୪୪ ରାୟଗଡା-ଗୁଂଟୁର ଏକ୍ସପ୍ରେସ ଜିମିଡିପେଟାରେ ଅପରାହ୍ନ ୩ଘ.୪୫ମି.ରେ ପହଂଚି ଏବଂ ଅପରାହ୍ନ ୩ଘ.୪୭ମି.ରେ ଛାଡିବ । ସେହିଭଳି, ଏହା ଗୁମଡାରେ ଅପରାହ୍ନ ୪ଘ.୦୧ମି.ରେ ପହଂଚି ଏବଂ ଅପରାହ୍ନ ୪ଘ.୦୩ମି.ରେ ଗୁଂଟୁର ଅଭିମୁଖେ ଯାତ୍ରା କରିବ । ଏହା ବ୍ୟତୀତ, ୧୭୨୪୪ ରାୟାଗଡା-ଗୁଂଟୁର ଏକ୍ସପ୍ରେସ ପାର୍ବତୀପୁରମ ଟାଉନ ଠାରୁ ଗଜପତିନଗରମ ଷ୍ଟେସନ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ । ଯାତ୍ରୀମାନଙ୍କୁ ଉପରୋକ୍ତ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଅବଗତ ହେବାପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ।
