ଭୁବନେଶ୍ୱର : ୯୪ ପଜିଟିଭ୍, ୧୧୪ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ବୁଧବାର ଦିନ ଆଉ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ଲୋକାଲ ମାମଲା ରହିଛନ୍ତି । ସେହିପରି ଗତ ୨୪ ଘଂଟାରେ ଆଉ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏଥିସହ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୮୦୨ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୧୮୨୫୮ ଜଣ ସୁସ୍ଥ ହୋଇଥିବା ବେଳେ ୧୪୪୧ ସକ୍ରିୟ ମାମଲା ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୧୦୮୨ ରହିଛି ।
