ଦରଦାମ୍ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦରଦାମ୍ ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କୁ ଆକ୍ଷେପ କରିଛନ୍ତି । ସିବଲ କହିଛନ୍ତି ଯେ, ଦେଶରେ ଦରଦାମ୍ ରେକର୍ଡ଼ ସୃଷ୍ଟି କରୁଛି ଏବଂ ଏହାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଏହା କଣ ଭଲ ଦିନ?
ସିବଲ ବୁଧବାର ଦିନ କହିଛନ୍ତି ଯେ, ପେଟ୍ରୋଲ ୧୦୩ ଟଙ୍କା ପ୍ରତିଲିଟର, ଡିଜେଲ ୮୩ ଟଙ୍କା ପ୍ରତି ଲିଟର, ଟମାଟୋ ୮୫ ଟଙ୍କାରୁ ୧୨୫ ଟଙ୍କା ପ୍ରତି କେଜି ଏହା ନୂଆ ରେକର୍ଡ଼ ସୃଷ୍ଟି କରିଛି । ଏହି ଦରଦାମ ବୃଦ୍ଧିକୁ କେନ୍ଦ୍ର ସରକାର ରୋକି ପାରୁନାହିଁ । ସେ ମୋଦି ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଏହା କଣ ଆଚ୍ଛା ଦିନ? ସୂଚନା ଯେ, ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ କେନ୍ଦ୍ର ସରକାରଙକ ଉପରେ କ୍ରମାଗତ ଆକ୍ରମଣ କରୁଛି । ପେଟ୍ରୋଲ ଏବଂ ଡିଜେଲ ସମେତ ପନିପରିବା ଦର ବୃଦ୍ଧି ନେଇ କଂଗ୍ରେସ ମୁଖପାତ୍ର ପବନ ଖେରା ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି ।
