କରୋନା ମୃତକଙ୍କ ସଂଖ୍ୟା ସରକାର ଲୁଚାଉଛନ୍ତି : ରହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ବୁଧବାର ଦିନ କହିଛନ୍ତି ଯେ, କେନ୍ଦ୍ର ସରକାର କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି । ସରକାର ଲୋକମାନଙ୍କ ସମ୍ମୁଖରେ ମୃତ୍ୟୁର ସଠିକ୍ ସଂଖ୍ୟା ପ୍ରକାଶ କରନ୍ତୁ ଏବଂ ଯେଉଁମାନେ ତାଙ୍କ ପରିଜନ ମାନଙ୍କୁ କରୋନାରେ ହରାଇଛନ୍ତି କେନ୍ଦ୍ର ସରକାର ତାଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ କରନ୍ତୁ ।
ବୁଧବାର ରାହୁଲ ଏକ ଟ୍ୱିଟ୍ରେ କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ତରଫରୁ କଂଗ୍ରେସ ଦାବି କରିଛି ଯେ, ମୃତ ବ୍ୟକ୍ତିଙ୍କ ସଠିକ୍ ଆକଳନ ଜନସାଧାରଣଙ୍କୁ ଜଣାଇବା ଉଚିତ୍ ଏବଂ କରୋନା ସଂକ୍ରମଣ ହେତୁ ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ମଧ୍ୟ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱରୁ ଓହରି ନ ଯାଆନ୍ତୁ । ସରକାରଙ୍କୁ ଲୋକଙ୍କ ଦୁଃଖ ଦୂର କରିବାକୁ ପଡ଼ିବ ।
