ବୁର୍ଲା ଭୀମସାର ମେଡିକାଲ କଲେଜରେ ପୁଣି ୧୭ ଛାତ୍ରଛାତ୍ରୀ ପଜିଟିଭ
ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରୁ ପୁଣି ବୁଧବାର ୧୭ ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୭ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହେବା ନେଇ ମେଡିକାଲ ଡିନ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।
ଭୀମସାର ମେଡିକାଲ କଲେଜର ଡିନ ଜୟଶ୍ରୀ ଦୋରାଙ୍କ ସୂଚନା ଅନୁସାରେ ଗତକାଲି(ମଙ୍ଗଳବାର) 34 ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭୀମସାରରେ ଏହିଭଳି ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାପାଳ ବୁର୍ଲାର କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି। ବୁର୍ଲା ମେଡିକାଲ କଲେଜରେ ଏହି ଭଳି ସଂକ୍ରମଣ ବର୍ତ୍ତମାନ ଜିଲ୍ଲା ପ୍ରଶାସନକୁ ଚିନ୍ତରେ ପକାଇଛି।
