ଜୁନିଅର ହକି ବିଶ୍ୱକପ : ଚତୁର୍ଥ ମ୍ୟାଚ୍ରେ ଚିଲିକୁ ହରାଇଲା ମାଲେସିଆ
ଭୁବନେଶ୍ୱର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇସାରିଛି ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ । ପ୍ରଥମ ଦିନରେ ଗୋଲ୍ ବର୍ଷା ହେବାରେ ଲାଗିଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍ରେ ଯଥାକ୍ରମେ ବେଲଜିୟମ ଓ ଜର୍ମାନୀ ବିଜୟୀ ହେବାପରେ ତୃତୀୟ ମ୍ୟାଚ୍ରେ କାନାଡାକୁ ୧-୦ ଗୋଲ୍ରେ ମାତ୍ ଦେଇଛି ପୋଲାଣ୍ଡ ।
ଦିନର ଚତୁର୍ଥ ମ୍ୟାଚ୍ ମାଲେସିଆ ଏବଂ ଚିଲି ମଧ୍ୟରେ ଖେଳାଯାଇଥିଲା । ଉଭୟ ଟିମ ମଧ୍ୟରେ ପ୍ରବଳ ଛକାପଞ୍ଝା ଓ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ତୃତୀୟ କ୍ବାର୍ଟର ସୁଦ୍ଧା ଚିଲି ୭ଟି ପେନାଲିଟି କର୍ଣ୍ଣର ସୁଯୋଗ ପାଇଥିଲା ଏବଂ ଶେଷ ପେନାଲଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇଥିଲା । ଅନ୍ୟପଟେ ମାଲେସିଆ ୩ଟି ପେନାଲିଟି କର୍ଣ୍ଣର ପାଇ ୨ଟିକୁ ଗୋଲ୍ରେ ପରିଣତ କରିଥିଲା । ଫଳରେ ମାଲେସିଆ ୨-୧ ବାଜି ମାରିଥିଲା ।
