ଓସିଏସି ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ ଘଟଣା : ଗିରଫ ପାସ୍କେଲ ସହ ଜଡିତ ଏକାଧିକ
ଭୁବନେଶ୍ୱର : ଓସିଏସି ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ କରି ଟଙ୍କା ଠକେଇ ମାମଲା। ଏନେଇ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଜଣକ ନାଇଜେରିଆନ ହୋଇଥିବା ବେଳେ ତାଙ୍କ ନାଁ ଅକ୍ୟୁଦୁରୀ ପାସ୍କେଲ । ତେବେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ଏବେ ଏହି ସାଇବର ଠକେଇ ମାମଲାରେ ଏକାଧିକ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ଗିରଫ କରିଥିଲା ।
