ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ, ଜାଣନ୍ତୁ କ’ଣ ରହିଛି ନୂଆ ରେଟ୍
ନୂଆଦିଲ୍ଲୀ : ସୁନା ଓ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ସେପଟେ ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୨୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୯୯୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୧୨୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୯୯୦ ଟଙ୍କାରେ ପହଞ୍ଚିଛି । ସେହିପରି ଦେଶରେ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଦେଶରେ ରୁପା ମୂଲ୍ୟ ସ୍ଥିର ରହିଥିବାବେଳେ ରୁପା ଦରରେ ୧୬୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୦୦୦ ଟଙ୍କାରେ ରହିଛି । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୦୦ ଟଙ୍କାରେ ପହଞ୍ଚିଛି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ହ୍ରାସ ଘଟିଛି । ୧୦ ଗ୍ରାମ ସୁନା ଦରରେ ୯୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୯,୩୯୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୬୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୦୫୦ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ସେପଟେ ରୁପା ଦରରେ ୧୬୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୦୦୦ ଟଙ୍କାରେ ରହିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୬୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୬,୫୬୦ ଟଙ୍କା ଥିଲା ।
