୨୪ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୪ ଗୋଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଇଲେକ୍ଟ୍ରାନିକ୍ସ ଏବଂ ଆଇଟି, ଅଥ,ର୍ କୃଷି, ସାଧାରଣ ପ୍ରଶାସନ, ପଂଚାୟତିରାଜ ଓ ପାନୀୟ ଜଳ, ଜଳ ସମ୍ପଦ, ସମବାୟ, ଗୃହ, ଶିଳ୍ପ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଗ୍ରାମୀଣ ବିକାଶ, ଇସ୍ପାକ ଓ ଖଣି, ପୂର୍ତ ଓ ସଂସଦୀୟ ବ୍ୟାପାର ବିଭାଗ ସହ ଜଡିତ ବିଭିନ୍ନ ପ୍ରସ୍ତାବକୁ ମଂଜୁରୀ ଦିଆ ଯାଇଛି । କ୍ୟାବିନେଟ୍ ନିଷ୍ପତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ କୁ ମଂଜୁରୀ ମିଳିଛି । ପାର୍ବତୀ ଗିରି ବୃହତ୍ ଉଠା ଜଳ ସେଚନ ଯୋଜନାରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୨,୬୩,୮୦୧ ହେକ୍ଟର ଜମିକୁ ଜଳଳ ସେଚନ ହୋଇପାରିବ । ସେହିପରି ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନ୍ୟ କ୍ରୀଡ଼ାବିତ୍ ଙ୍କ ଭଳି ପାରା ଆଥଲେଟଙ୍କୁ ମିଳିବ ଚାକିରି, ପାରା ଆଥଲେଟଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ମଂଜୁରୀ, ପାରା ଆଥଲେଟଙ୍କୁ ଚାକିରି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ କ୍ୟାବେିନଟର ନିଆ ଯାଇଥିବା ଅନ୍ୟ ଗୁରୁତ୍ୱପୂର୍ଣ ନିଷ୍ପତି ମଧ୍ୟେର ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନୋର ୩୮୭ଟି ନୂଆ ରାସ୍ତା ନିର୍ମାଣ ତଥା ଚାଲିଥିବା ୧୫୭ଟି ରାସ୍ତା ନିର୍ମାଣ କାମକୁ ପୂରା କରିବା ପାଇଁ ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବା, ୧୮ ଶହ କୋଟି ଟଙ୍କା ବ୍ୟୟେର କଳାହାଣ୍ଡି, ମାଲକାନଗିରି, ବୋଲଶ୍ୱର, ଗଜପତି, କନ୍ଧମାଳ କୋରାପୁଟେର ୧୨ ଟି ମେଗା ପାଇପ ଜଳ ପ୍ରକଳ୍ପ ଆଦି ସାମିଲ ରହିଛି । ଏହି ଜଳ ଯୋଗାଣ ପ୍ରକଳ୍ପେର ୧୨ ଲକ୍ଷ ଲୋକ ଲାଭବାନ େହେବ ।
ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ :
ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମିଳିଲା ମଞ୍ଜୁରୀ ମିଳିଛି । ପ୍ରଥମ ୧୦ଟି ନୂଆ ନିବେଶକୁ ମିଳିବ ଉତ୍ପାଦନ ଭିତିକ ସହାୟତା । ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧% ମିଳିବ । ୟୁନିଟ୍ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ । ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ଓ ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ ହେବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍ ର ୩୦% ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ । ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦% ଛାଡ଼ କରାଯିବ । ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦% ଦିଆଯିବ । ସେହିପରି ମହିଳା, ଏସସି/ଏସଟି, ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ମିଳିବ । ବ୍ୟାଙ୍କରୁ ଋଣ କରି ଠିକ ସମୟରେ ଶୁଝୁଥିଲେ ଋଣ ଉପରେ ୫% ସୁଧ ରିହାତି ମିଳିବ । ସଫଳ ଉଦ୍ୟୋଗୀଙ୍କୁ ଉତ୍ପାଦନ ଆରମ୍ଭର ୫ ବର୍ଷ ଯାଏଁ ରାଜ୍ୟ ଜିଏସଟି ଛାଡ଼ ହେବ ।
୫ ବର୍ଷରେ ୨,୬୩,୮୦୧ ହେକ୍ଟର ଚାଷ ଜମିକୁ ଜଳସେଚନ :
୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୨,୬୩,୮୦୧ ହେକ୍ଟର ଢିପ ଚାଷପଯୋଗୀ ଜମିକୁ ଜଳସେଚନ ପାଇଁ ପାର୍ବତୀ ଗିରି ବୃହତ୍ ଉଠା ଜଳ ସେଚନ ଯୋଜନା କୁ ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଗୁଡିକ ଶେଷ ହେଲେ ଆସନ୍ତା ୫ ବର୍ଷ (୨୦୨୧-୨୨ରୁ ୨୦୨୫-୨୬) ମଧ୍ୟରେ ୨,୬୩,୮୦୧ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷକ ମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ପାଂଚ ବର୍ଷ ପାଇଁ ୪୮୪.୧୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି । ଓଡିଶା ଉଦ୍ୟାନ କୃଷି ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ) ସଂଶୋଧନ ନିୟମାବଳୀ -୨୦୨୧ କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ସେବାରେ ଥିବା ପଦୋନ୍ନତି ଭିତିକ ପଦବୀ ଗୁଡିକୁ ସମୟାନୁସାରେ ପୂରଣ କରାଯାଇପାରିବ ।
ବଲାଙ୍ଗୀର ଜିଲ୍ଲାର ଛତାମଖନାରେ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ :
ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ପାଇଁ ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମ ନିକଟରେ ଲୋୟର ସୁକତେଲରେ ଏକ ଆନିକଟ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଲାଗି ୧୧୭ କୋଟି ୪୪ ଲକ୍ଷ ୧୦ ହଜାର ୮୨୯ କୋଟି ଟଙ୍କାର ଟେଣ୍ଡର ରାଜ୍ୟ କ୍ୟାବିନେଟ୍ ମଂଜୁର କରୁଛନ୍ତି । ପ୍ରକଳ୍ପଟି ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ପେଟ୍ରୋଲ ଡିଜେଲ ଉପରୁ ଭାଟ୍ ହ୍ରାସ :
ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମୂଲ୍ୟଯୁକ୍ତ କର ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି । ପେଟ୍ରୋଲ ଉପରେ ଲାଗୁଥିବା ଟ୍ୟାକ୍ସକୁ ୩୨ ପ୍ରତିଶତରୁ ୨୮ ପ୍ରତିଶତକୁ ଓ ଡିଜେଲ ଉପରୁ ୨୮ ପ୍ରତିଶତ ରୁ ୨୪ ପ୍ରତିଶତକୁ ଟ୍ୟାକ୍ସ ହ୍ରାସ କରିବା ନିଷ୍ପତି ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଏହାଦ୍ୱାରା ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପ୍ରତି ୧୧୧ ଟଙ୍କା ୬ ପଇସାରୁ ହ୍ରାସ ପାଇ ୧୦୧ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୭ ଟଙ୍କା ୩୯ ପଇସାରୁ ୯୧ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି । ଆସ୍କା ସମବାୟ ଚିନି ଶିଳ୍ପ ଲିମିଟେଡ୍ ଆଖୁଚାଷୀମାନଙ୍କ ଠାରୁ ଆଖୁ ପେଡା ଋତୁ ୨୦୧୮-୧୯ ପାଇଁ କିଣିଥିବା ଆଖୁର ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ଆସ୍କା କେନ୍ଦ୍ର ସମବାୟ ବ୍ୟାଙ୍କ ଠାରୁ ୧୫ କୋଟି ଟଙ୍କା ନଗଦ ଋଣ ମଂଜୁର କରାଇବା ପାଇଁ ରାଜ୍ୟ ସରକାର ଦେଇଥିବା ଋଣ ଜାମିନ୍ ର କାଯ୍ୟୋତର ଅନୁମୋଦନ ଦେବାକୁ ନିଷ୍ପତି ନେଇଛନ୍ତି ।
ଶିଳ୍ପ ନୀତି ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ :
ଶିଳ୍ପ ନୀତି ୨୦୧୫ରେ ଏକ ନୂତନ ଧାରା ଯୋଗ କରାଯାଇ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତିି । ଏହାଦ୍ୱାରା ଅଟୋ ମୋବାଇଲ ଉତ୍ପାଦନ ସହିତ ନୂତନ ଯୁଗ କ୍ଷେତ୍ରଗୁଡିକରେ ସବୁଜ ଶକ୍ତି , ବୈଦ୍ୟୁତିକ ଟେଲି ଯୋଗାଯୋଗ ଉପକରଣ ଉତ୍ପାଦନ, ଟେକ୍ସଟାଇଲ ପୋଷାକ, ଭେଷଜ, ହ୍ୱାଇଟ୍ ଗୁଡସ୍ ଆଦି କ୍ଷେତ୍ରରେ ପୁଂଜି ନିବେଶକୁ ଆକର୍ଷିତ କରିବ । ପ୍ରତି ଶିଳ୍ପରେ ସର୍ବନିମ୍ନ ୩ ଶହ କୋଟିରୁ ୧ ହଜାର କୋଟି ପୁଂଜି ନିବେଶ ହୋଇପାରିବ ।
ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟର ମୋହର :
ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି । ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ଓ ସୁଶାସନକୁ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ସମ୍ପତି ଓ ପରିସର ଏବଂ ବାହାରେ ଥିବା ମନ୍ଦିରକକୁ ଗୁୁରୁତ୍ୱ ଦିଆଯାଇଛି । ମନ୍ଦିର ସଂପତି ଓ ପରିସର ଏବଂ ବାହାରେ ଥିବା ମନ୍ଦିରକକୁ ଗୁରୁତ୍ୱ ଦିଆଯାଇଛି । ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବାକୁ ଅନୁମତି । ଫଳରେ ମନ୍ଦିର କାର୍ଯ୍ୟ ଉତମ ଓ ସଠିକ ପରିଚାଳନା ସମ୍ଭବ ହୋଇପାରିବ।। ତୀର୍ଥଯାତ୍ରୀ ଏବଂ ଉପାସକଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ । ମନ୍ଦିରର ସମ୍ପତି ସୁୁରକ୍ଷିତ ରହିିବା ପାଇଁ କମିଟିକୁ ସଶକ୍ତ କରିବ । ଆଧ୍ୟାଦେଶ ମନ୍ଦିରର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି ।
୫୫୦ଟି ନୂତନ ପ୍ରକଲ୍ପକୁ ବିଜୁ ସେତୁ ଯୋଜନାରେ ସାମିଲ କରିବାକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ :
ବିଜୁ ସେତୁ ଯୋଜନାରେ ଚାଲୁ ରହିଥିବା ୩୯୬ଟି ପ୍ରକଳ୍ପ ସହିତ ୫୫୦ଟି ନୂତନ ପ୍ରକଲ୍ପକୁ ବିଜୁ ସେତୁ ଯୋଜନାରେ ସାମିଲ କରିବାକୁ ରାଜ୍ୟ କ୍ୟାବିନେଟ ରେ ମଙ୍ଗଳବାର ଦିନ ଅନୁମୋଦନ ଦିଆ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରା ଯାଇଛି । ଏହି କାର୍ଯ୍ୟ ଗୁଡିକୁ ୩ ବର୍ଷ ମଧ୍ୟରେ ପୂରଣ କରା ଯିବା ସହ ୫୨୧୮ କୋଟି ଟଙ୍କା ବିନିମୟରେ ସମ୍ପୂର୍ଣ କରା ଯିବାର ଲକ୍ଷ୍ୟ ରଖା ଯାଇଛି ।
ଓଡ଼ିଶା ଆର୍ଟିସାନ ଗ୍ରେଡ ଷ୍ଟୋନ ପଲିସି -୨୦୨୧କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ :
ଓଡିଶା ଆର୍ଟିସାନ ଗ୍ରେଡ ଷ୍ଟୋନ ପଲିସି -୨୦୨୧କୁ ମଙ୍ଗଳବାର ଦିନ ରାଜ୍ୟ କ୍ୟାବିନେଟ ରେ ଅନୁମୋଦନ ଦିଆ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରା ଯାଇଛି । ଏହି ନୀତି କାରିଗର ଗ୍ରେଡ ପଥରର ଚାହିଦା ଯୋଗାଣ, ଆକଳନ, ପଥର ଉତ୍ସ ଚୟନ କରିବା. ପଥରର ଉତୋଳନ, ସଠିକ ଯୋଗାଣ ତଥା ବ୍ୟବହାରକୁ ତଦାରଖ କରିବା ନିମନ୍ତେ ସହାୟକ ହେବା
ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଠାରେ ସ୍ନାତକୋତର ଭେଷଜ ମହାବିଦ୍ୟାଳୟ କଂପ୍ଲେକ୍ସ ନିର୍ମାଣ ପାଇଁ ନିବିଦାକୁ ଅନୁମୋଦନ :
ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଠାରେ ଚିକିତ୍ସା ବିଜ୍ଞାନ ଓ ଅନୁସନ୍ଧାନ ନିମନ୍ତେ ସ୍ନାତକୋତର ଭେଷଜ ମହାବିଦ୍ୟାଳୟ ସ୍ଥାପନା ପାଇଁ ରାଜ୍ୟ କ୍ୟାବିନେଟ ନୀତିଗତ ଭାବେ ନିଷ୍ପତି ନେଇଛନ୍ତି । ସେହିପରି ଏଠାରେ ଦୁର୍ଘଟଣା ଜନିତ ଚିକିତ୍ସା କେନ୍ଦ୍ର , ଶଲ୍ୟ ଚିକିତ୍ସାର କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର ପାଇଁ ମଧ୍ୟ ନୀତିଗତ ନିଷ୍ପତି ନିଆ ଯାଇଛି । ଏହି କାମ ପାଇଁ ଏଲଏଣ୍ଡଟି କମ୍ପାନୀର ୨୩୫.୦୮ କୋଟି ଟଙ୍କାର ସର୍ବନିମ୍ନ ନିବିଦାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦିଆ ଯାଇଛି ।
