ପୁଣି କଡ ଲେଉଟାଇଲା କୋରୋନା : ନବୋଦୟ ବିଦ୍ୟାଳୟର ୯ ଛାତ୍ର ସଂକ୍ରମିତ
ପୁରୀ : ପୁଣି କଡ ଲେଉଟାଇଲା କୋରୋନା। କୋଣାର୍କ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରାଵାସରୁ ୯ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ବିଦ୍ୟାଳୟରେ କୋରୋନା ଟେଷ୍ଟ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା, ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛତ୍ରୀଙ୍କ ଉଭୟ ଆଣ୍ଟିଜେନ୍ ଓ ଆର୍ଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ।
କୋଣାର୍କ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ରବିବାର ୯ମରୁ ଦ୍ବାଦଶ ପର୍ଯ୍ୟନ୍ତ ୧୦୭ ଜଣ ଛାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଛି। ସେଥିମଧ୍ୟରୁ ୨ଟି ହଷ୍ଟେଲର ୯ଜଣ ଛାତ୍ରଙ୍କ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟାଫ ଓ ଛାତ୍ରୀଙ୍କୁ ମିଶାଇ ୧୦୩ ଜଣକ ଆର୍ଟିପିସିଆର ଟେଷ୍ଟ୍ ହୋଇଛି। ରିପୋର୍ଟ ହସ୍ତଗତ ହୋଇନାହିଁ। ସୋମବାର ଆଉ ୬୬ ଜଣ ଛାତ୍ରଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବ। ବିଦ୍ୟାଳୟର ପକ୍ଷରୁ ଛାତ୍ରଛାତ୍ରୀଙ୍କମାନଙ୍କ ପାଇଁ ୨୪ଟି ଆଇସଲୋଲେସନ ଗୃହ ପ୍ରସ୍ତୁତ ରହିଥିବା ଵିଦ୍ୟାଳୟ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ସେପଟେ ପଜେଟିଭ୍ ଚିହ୍ନଟ ୯ଜଣ ଛାତ୍ର ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଙ୍କ କଣ୍ଟାଣ୍ଟ୍ ଟ୍ରେସିଂ ସହ ବିଦ୍ୟାଳୟ ପରିସର ସାନିଟାଇଜେସନ, ମାକ୍ସ ପରିଧାନ, ସାମାଜିକ ଦୂରତା ବଜାଇରଖିବା ସହ ଛାତ୍ରଛାତ୍ରୀଙ୍କ ସାଧାରଣ କ୍ଲାସ ବନ୍ଦ ରହିବ। ଖେଳ କୁଦ, ସାଙ୍ଗସାଥୀ ମିଳାମିଶାକୁ ମଧ୍ୟ ବାରଣ କରାଯାଇଛି। ବିଦ୍ୟାଳୟ ପରିସରକୁ ପ୍ରବେଶ ଉପରେ ରୋକ ଲାଗିଛି। ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ସଙ୍ଗରୋଧରେ ଥିବା ଛାତ୍ରମାନଙ୍କୁ ମାକ୍ସ, ସାନିଟାଇଜାର, ହ୍ବାଣ୍ତ ଓ୍ବାସ ଓ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି। ସୂଚନା ଯେ, ରାଜ୍ୟରେ ଦିନକରେ ଆଉ ୧୭୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବରରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୩ ଜଣ ଅଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୩୪ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟରେ ଏବେ ବି ୨ ହଜାର ୨୨୬ ଜଣ କୋଭିଡ ରୋଗୀ ଚିକିତ୍ସାଧୀନ ଅଛନ୍ତି।
