ହାଇଆଲର୍ଟରେ ପଠାନକୋଟ ପୋଲିସ, ତ୍ରିବେଣୀ ଫାଟକରେ ଗ୍ରେନେଡ ବିସ୍ଫୋରଣ
ଚଣ୍ଡିଗଡ : ପଞ୍ଜାବ ପଠାନକୋଟରେ ଗ୍ରେନେଡ ମାଡ । ପଠାନକୋଟ ଧିରା ବ୍ରିଜ ନିକଟରେ ଥିବା ସେନା କ୍ୟାମ୍ପ ତ୍ରିବେଣୀ ଫାଟକରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । କିଛି ବାଇକ ଚାଳକ ସେନା କ୍ୟାମ୍ପକୁ ଗ୍ରେନେଡ ମାଡ କରିଥିବା ବିଶେଶସୁତ୍ରରୁ ସୂଚନା ମିଳିଛି । ତେବେ ଗ୍ରେନେଡ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପଠାନକୋଟ ଏସଏସପି ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଏଥି ସହ ପଠାନକୋଟର ସମସ୍ତ ପୋଲିସ କର୍ମଚାରୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି ।
ସୂଚନା ଯେ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍ରେ ଆସି ଆର୍ମି ଷ୍ଟେସନ୍ ଗେଟ୍ ଆଡ଼କୁ ଗ୍ରେନେଡ୍ ଫିଙ୍ଗିଥିଲେ। ପଠାନ୍କୋଟ୍ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ‘ସିସିଟିଭି ଫୁଟେଜ୍’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍ର ଟୁକୁରା ପାଇଛନ୍ତି। ପଠାନ୍କୋଟ୍ରେ ଥିବା ସମସ୍ତ ଚେକ୍-ପୋଷ୍ଟ୍ରେ ହାଇ ଆଲର୍ଟ ଜାରି କରାଯାଇଛି।
