କୋହଲିଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିଲେ ରୋହିତ
ନୂଆଦିଲ୍ଲୀ: କୋଲକାତାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ । ରୋହିତ ନିଜ ନୂତନ ପାର୍ଟନର ଇଶାନ କିଶନଙ୍କ ସହ ମ୍ୟାଚର ପ୍ରଥମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ବିରୋଧରେ ଲଗାତାର ଦୁଇଟି ଚୌକା ସହ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଥିଲେ ।
ଭାରତୀୟ ଇନିଂସର ଏକାଦଶ ଓଭରରେ ରୋହିତ ଶର୍ମା ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ପଚାଶଟି ସହିତ ରୋହିତ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ ଟି -୨୦ ରେ ସର୍ବାଧିକ ୫୦ ପ୍ଲସ୍ ସ୍କୋରର ରେକର୍ଡ ଭାଙ୍ଗିଛନ୍ତି । ବିରାଟ ଟି-୨୦ ରେ ୨୯ ଥର ୫୦ କିମ୍ବା ଏହାଠୁ ଅଧିକ ରନ୍ ସ୍କୋର କରିଛନ୍ତି । ଯେତେବେଳେ କି ରୋହିତ କୋଲକାତାରେ ୩୦ ତମ ଥର ପାଇଁ ଏହା କାରନାମା କରିଥିଲେ । ଏହି ତାଲିକାରେ ପାକିସ୍ତାନର ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ଅଛନ୍ତି । ସେ ଟି -୨୦ ରେ ୫୦ ପ୍ଲସ୍ ୨୫ ଥର କରିଛନ୍ତି ।ଏହା ପରେ ଡେଭିଡ ୱାର୍ଣ୍ଣର (୨୨) ଏବଂ ମାର୍ଟିନ ଗୁପିଟିଲ (୨୧) ଥର କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।
କୋଲକାତା ଟି-୨୦ ରେ ରୋହିତ ଅନ୍ତର୍ଜାତୀୟ ଟି-୨୦ ରେ ନିଜର ୧୫୦ ଛକା ମଧ୍ୟ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବା ପାଇଁ ତାଙ୍କୁ ୩ ଟି ଛକା ଆବଶ୍ୟକ ଥିଲା । ତୃତୀୟ ଟି-୨୦ ରେ ରୋହିତ ୩୧ ବଲରୁ ୫୬ ର ଇନିଂସ ମଧ୍ୟରେ ୩ ଛକା ଓ ୫ ଚୌକା ମାରିଥିଲେ । ଅର୍ଥାତ୍ ରୋହିତ ବାଉଣ୍ଡ୍ରି ଦ୍ୱାରା କେବଳ ୩୮ ରନ୍ କରିଥିଲେ । ଆନ୍ତର୍ଜାତୀୟ ଟି-୨୦ରେ ମାର୍ଟିନ ଗୁପଟିଲ ସର୍ବାଧିକ ଛକା ମାରିବାର ରେକର୍ଡ ରଖିଛି । ସେ ଏପର୍ଯ୍ୟନ୍ତ ୧୬୧ ଟି ଛକା ମାରିଛନ୍ତି । ଏହା ପରେ କ୍ରିସ୍ ଗେଲ୍ (୧୨୪ ଛକା), ଇଏନ୍ ମୋର୍ଗାନ୍ (୧୧୯ ଛକା) ଏବଂ ଆରୋନ୍ ଫିଞ୍ଚ (୧୧୩ ଛକା) ମାରିଛନ୍ତି । ଟି-୨୦ ଦଳର ଅଧିନାୟକ ହେବା ପରଠାରୁ ରୋହିତଙ୍କ ବ୍ୟାଟ୍ ଜୋରଦାର ରନ୍ ବର୍ଷା ହେଉଛି । ସେ ଜୟପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ରେ ୪୮ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଭାରତୀୟ ଅଧିନାୟକ ରାଞ୍ଚି ଟି-୨୦ ରେ ମାତ୍ର ୩୬ ଟି ବଲରେ ୫୫ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ରୋହିତ ୫ ଟି ଛକା ଓ ଗୋଟିଏ ଛକା ମାରିଥିଲେ ।
