ଫିଏଟ୍ ଲକ୍ସ କ୍ଲବ ଓ ଲାୟନ୍ସ ଚକ୍ଷୁ ହସପିଟାଲ ମିଳିତ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ରହିଥିବା ବହୁ ପୁରାତନ, ତଥା ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଥିବା ସମାଜ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଥିବା ଫିଏଟ୍.ଲକ୍ସ.କ୍ଲବ ନୀଳଗିରି ଓ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସପିଟାଲ ଆନୁକୂଲ୍ୟରେ ନୀଳଗିରି କେସିଏହାଇସ୍କଲ ନିକଟ ଫିଏଟ୍.ଲକ୍ସ.କ୍ଲବ ପରିସରରେ ରବିବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସକାଳ ୧୦ ଘଟିକାରୁ ଦିବା ୪ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା।
ଚିକିତ୍ସା ବିଶେଷଜ୍ଞ ଡା. ଅରୁପ ଦେ, ଡ. ପ୍ରିୟର୍ଦସି ସିଂ ସାମନ୍ତ, ଡ. ସଜୀବ କୁମାର ଦାସ ଦ୍ବାରା ବିନା ମୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମଟି କରାଯାଇଥିଲା । ଉକ୍ତ ଶିବିରରେ ଆଖପାଖ ଅଂଚଳ ରୁ ୧୧୫ରୁ ଉର୍ଦ୍ଧ ଲୋକ ଚକ୍ଷୁ ଦେଖାଇ ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ଔଷଧ ପତ୍ର ଯୋଗାଇ ଦିଆ ଯାଇଥିଲା । ସେମାନଙ୍କ ମଧ୍ୟରୁ ୩୪ ଜଙ୍କର ମୋତିଆ ବିନ୍ଦୁ ଅପେରସନ ବାଲେଶ୍ୱର କରାଯିବ ବୋଲି ସ୍ଥିର ହୋଇଥିଲା। କ୍ଲବର ପ୍ରଥମ ସମ୍ପାଦକ ସତ୍ୟନାରାୟଣ ମହାନ୍ତି ( ଜିନୁ ଭାଇ ) ଓ ପୂର୍ବତନ ସଭାପତି ଶିଶିର ରାଉତ (ବାବୁଲି ଭାଇ ) ପ୍ରଦୀପ ପ୍ରଜ୍ଜଳନ କରି ଫିତା କାଟି ଶୁଭାରମ୍ଭ କରିଥିଲେ । ଆନ୍ଯ ମାନଙ୍କ ମଧ୍ୟରେ ବିନୟ ପ୍ରଧାନ, ରାଜେନ୍ଦ୍ର ଜେନା , ସବ୍ୟସାଚି ମହାପାତ୍ର, ଉଦୟଜ୍ୟୋତି ମାହାନ୍ତି , ବିବେକ ସାହୁ, ଅମନ କୁମାର ବେହେରା , ରାଜେଶ ସାହୁ, ସମ୍ବିତ ଗିରି, ପ୍ରୀତମ୍ ନନ୍ଦ ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କ୍ଲବର ଏହିପରି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଦେଖି ବହୁ ବୁଦ୍ଧିଜୀବୀ ମାନେ ଖୁବ ପ୍ରଂଶସା କରିଥିଲେ।


