ଜାଣନ୍ତୁ କିଭଳି ହ୍ୱାଟ୍ସଆପରୁ ଟଙ୍କା ଟ୍ରାନ୍ସଫର କରି ପାରିବେ
ନୂଆଦିଲ୍ଲୀ : ଦୁନିଆର ହ୍ୱାଟ୍ସଆପ୍ ହେଉଛି ଅଗ୍ରଣୀ ମେସେଜିଂ ପ୍ଲାଟଫର୍ମ । ୟୁଜର୍ସ କେବଳ ମେସେଜ, ଫଟୋ, ଭିଡିଓ, ଅଡିଓ ଏବଂ ଜିଆଇଏଫ ଭଳି ମିଡିଆ ଫାଇଲ ଟ୍ରାନ୍ସଫର କରିପାରିବେ ତାହାନୁହେଁ ବରଂ ଏହି ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା ମଧ୍ୟ ପଠାଇ ପାରିବେ । ଅବଶ୍ୟ, ଏଥିପାଇଁ ୟୁଜର୍ସଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ସହିତ ଲିଙ୍କ୍ କରିବାକୁ ପଡିବ, ଏହାପରେ ଯାଇ ଉପଭୋକ୍ତାମାନେ ଟଙ୍କା ଗ୍ରହଣ ଏବଂ ପଠାଇବାରେ ସକ୍ଷମ ହେବେ । ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍ ରେ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାର ସମ୍ପୂର୍ଣ୍ଣ ଉପାୟ …
ଟଙ୍କା ଟ୍ରାନ୍ସଫର କରିବା ପାଇଁ ପ୍ରଥମେ ହ୍ୱାଟ୍ସଆପ୍ ଖୋଲନ୍ତୁ ।
ଯେଉଁ ଉପଭୋକ୍ତାଙ୍କୁ ଆପଣ ଟଙ୍କା ପଠାଇବାକୁ ଚାହୁଁଥିବା ତାଙ୍କ ଚାଟ୍ ୱିଣ୍ଡୋ ଖୋଲନ୍ତୁ ।
ଡେବିଟ୍ କାର୍ଡ ନମ୍ବର ଏବଂ ଏକ୍ସପାୟରୀ ଡେଟ ଏଣ୍ଟ୍ରି କରନ୍ତୁ ।
ଏହାପରେ ୟୁପିଆଇ ପିନ୍ ସେଟ୍ କରନ୍ତୁ ।
ୟୁପିଆଇ ପିନ୍ ସେଟଅପ୍ ପ୍ରକ୍ରିୟା ସମାପ୍ତ ହେବା ପରେ, ପୁଣି ଥରେ କ୍ଲିକ୍ କରନ୍ତୁ ।
ପୁଣି ଥରେ ଚାଟ୍ ବକ୍ସ ଖୋଲନ୍ତୁ ଯାହାକୁ ଆପଣ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ।
ଏଠାରେ ରାଶି ଏଣ୍ଟ୍ରି କରି ସେଣ୍ଡ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଟଙ୍କା ଟ୍ରାନ୍ସଫର ହୋଇଯିବ ।
ସେହିପରି ହ୍ୱାଟ୍ସଆପରେ ଟଙ୍କା ରିସିଭ କରିବାକୁ ହେଲେ ପ୍ରଥମେ ଆକସ୍ପେଟ ପେମେଣ୍ଟ ଅପ୍ସନରେ କ୍ଲିକ କରନ୍ତୁ ।
ଏହାପରେ ହ୍ୱାଟ୍ସଆପ ପଲିସ ସ୍ୱୀକାର କରନ୍ତୁ ।
ଆପଣଙ୍କ ନିକଟକୁ ଏସଏମଏସ ଜରିଆରେ ଏକ ଓଟିପି ଆସିବ, ତାକୁ ଏଣ୍ଟର କରି ଭେରିଫାଇ କରନ୍ତୁ ।
ପୁଣି ବ୍ୟାଙ୍କ ତାଲିକାକୁ ଯାଇ ନିଜ ବ୍ୟାଙ୍କ ଚୟନ କରନ୍ତୁ ।
ଏତିକି କରିବା ପରେ ବ୍ୟାଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ ସହ ଯୋଡନ୍ତୁ
ଏହାପରେ ଆପଣ ହ୍ୱାଟ୍ସଆପ୍ ରେ ଟଙ୍କା ରିସିଭ୍ କରି ପାରିବେ ।
