୫୨ ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ : ଡ୍ରିମଗାର୍ଲଙ୍କୁ ବେଷ୍ଟ ଫିଲ୍ମ ପରସନାଲିଟି
ପାଣାଜି : ଗୋଆରେ ଶୁଭାରମ୍ଭ ହୋଇଛି ୫୨ ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ । ଶନିବାର ସନ୍ଧ୍ୟାରେ ଗୋଆର ପାଣାଜିରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ ହୋଇଛି ଏସିଆ ତଥା ଭାରତର ଏହି ବହୁ ପୁରୁଣା ଫିଲ୍ମ ଫେଷ୍ଟିଭାଲ। ଏହା ନଭେମ୍ବର ୨୦ରୁ ଆରମ୍ଭ ହୋଇ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭାରତରେ ଆଗାମୀ ଦିନରେ ଅଧିକ ସିନେମା ପ୍ରସ୍ତୁତି କରିବା ପାଇଁ ପ୍ରତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଭାରତରେ ବହୁ ଭାଷୀ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଯାହା ସାରା ବିଶ୍ବକୁ ଆକର୍ଷିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତ । ଏହା ସହ ଚଳିତ ବର୍ଷ ଦେଶ ପାଳନ କରୁଛି ସ୍ବାଧିନତାର ୭୫ ତମ ବର୍ଷ । ଦେଶରେ ବିଭିନ୍ନ କୋଣଅନୁକୋଣରୁ ୭୫ ଜଣ ଯୁବ ଫିଲ୍ମ ନିର୍ମାତା ଆଶାୟୀଙ୍କୁ ସ୍ବତନ୍ତ୍ର ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି।
କୋରୋନା ମହାରମାରୀ ମଧ୍ୟରେ ଆୟୋଜିତ ହେଉଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଦେଶର ସେଲିବ୍ରେଟି ମାନେ ମଧ୍ୟ ଯୋଗଦେବେ । ଏହା ସହ ଭର୍ଚ୍ଚୁଆଲ ଓ ବିଭିନ୍ନ ଅନଲାଇନ ମିଡିୟମରେ ଯୋଗଦେବେ । ଉଦଘାଟନୀ ସମାରୋହରେ ବଲିଉଡ ତାରକା ସଲମାନ ଖାନ ଏବଂ ରଣବୀର ସିଂ ଯୋଗଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ରୀତେଶ ଦେଶମୁଖ, ଜେନେଲିଆ ଦେଶମୁଖ, ଶ୍ରଦ୍ଧା କପୁରଙ୍କ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରାୟ ୭୫ ଜଣ ସେଲିବ୍ରିଟି ଯୋଗଦେବାକୁ ଯାଉଛନ୍ତି । ଚଳିତ ବର୍ଷ ୫୨ ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଫିଲ୍ମ ପରସନାଲିଟି ଭାବେ ଭାରତୀୟ ସିନେମାର ଡ୍ରିମଗାର୍ଲ ହେମା ମାଳିନୀକୁ ପ୍ରଦାନ କରାଯାଇଛି । ସେହିପରି Hungarian filmmaker Istevan Szabo କୁ ଭାରତୀୟ ସିନେମାର ଦିଗଦର୍ଶକ ସତ୍ୟଜିତ ରାୟ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି ।
