ପର୍ଯ୍ୟଟନ ଋତୁ ପାଇଁ ପ୍ରସ୍ତୁତି : ୭ଟି ଇକୋ ରିଟ୍ରିଟ ପାଇଁ ବୁକିଂ ଆରମ୍ଭ
ଭୁବନେଶ୍ୱର : ସାଧାରଣତଃ ଡିସେମ୍ବର ଆସିଲେ ପର୍ଯ୍ୟଟନ ଋତୁ ଆରମ୍ଭ ହୁଏ ସେଥିପାଇଁ ସରକାର ରାଜ୍ୟରେ ଇକୋ ଟୁରିଜିମର ବିକାଶ ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି। ଏହି ଗୁରୁତ୍ବକୁ ନେଇ ଡିସେମ୍ବର ବା ଚଳିତମାସ ଶେଷ ସପ୍ତାହ ବେଳକୁ ରାଜ୍ୟରେ ଆରମ୍ଭ ହେବ ଇକୋ ରିଟ୍ରିଟ । ତେଣୁ ଆଜିଠାରୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ ବୁକିଂ। ପ୍ରଥମେ ୫ଟି ସ୍ଥାନରେ ଇକୋ ରିଟ୍ରିଟ ଥିବାବେଳେ ବର୍ତ୍ତମାନ ଆଉ ୨ଟି ନୂଆ ସ୍ଥାନରେ ଅର୍ଥାତ ମୋଟ ୭ଟି ଇକୋ ରିଟ୍ରିଟ ଆୟୋଜିତ କରିବାକୁ ଯାଉଛି ପର୍ଯ୍ୟଟନ ବିଭାଗ । ଏହି ସ୍ଥାନଗୁଡିକ ଭିତରେ ହେଲା କୋଣାର୍କ, ଦାରିଙ୍ଗିବାଡ଼ି, ହୀହୀରାକୁଦ, କୋରାପୁଟ,ପୋତି ସୋନପୁର, ସାତକୋଶିଆ ଓ ଭିତରକନିକା । ପ୍ରାକୃତିକ ପରିବେଶ ମଧ୍ୟରେ ହେଉଥିବା ଉତ୍ସବ ପର୍ଯ୍ୟଟକ ବା ପ୍ରକୃତିପ୍ରେମୀଙ୍କୁ ବେଶ ମଜା ଦେବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି ।
ବୁକିଂ କରିବା ପାଇଁ ଆଗ୍ରହ ଦେଖାଉଥିବା ପର୍ଯ୍ୟଟକ ସବିଶେଷ ତଥ୍ୟ ପାଇଁ ecoretreat.odishatourism.gov.in ଓ୍ବେବସାଇଟକୁ ଯାଇ ଦେଖିପାରିବେ । ଇକୋ ରିଟ୍ରିଟରେ ବିଳାସପୂର୍ଣ୍ଣ ଟେଣ୍ଟର ରହଣୀ ସାଙ୍ଗକୁ ସୁସ୍ବାଦୁ ଖାଦ୍ଯ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ ପର୍ଯ୍ୟଟକ । ଏହାସହ ଜଳକ୍ରୀଡା ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ ପର୍ଯ୍ୟଟକ । କୋଭିଡ କଟକଣାକୁ ନେଇ ଦୁଇବର୍ଷ ହେବ ସବୁ ଉତ୍ସବ ଫିକା ପଡିଥିବା ବେଳେ ପୁଣି ଥର ଥରେ ଇକୋ ରିଟ୍ରିଟ ବୁକିଙ୍ଗ ମନୋରଞ୍ଜନ ସହ ପ୍ରକୃତିପ୍ରେମୀଙ୍କୁ ବେଶ ଆନନ୍ଦ ଦେବ ବୋଲି ଆଶା ରଖିଛନ୍ତି ଉଭୟ ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟକ ।
