ଦେଢ କୋଟି ଟଙ୍କାର ସାପ ବିଷ ଜବତ, ୨ ଅଟକ
ଦେବଗଡ଼ : ଦେଢ କୋଟି ଟଙ୍କାର ସାପ ବିଷ ଜବତ। ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍।
ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।
