ରାଜ୍ୟରେ ଆଉ ୨୬୩ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୨୬୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୨୩୦କୁ ବୃଦ୍ଧି ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୧ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୯ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି । ସମ୍ବଲପୁରରୁ ୧୩, ଢେଙ୍କାନାଳରୁ ୧୧, ଯାଜପୁରରୁ ୧୦, ସୁନ୍ଦରଗଡରୁ ୧୦,ବାଲେଶ୍ବରରୁ ୯, ଦେଓଗଡରୁ ୭, କେନ୍ଦ୍ରାପଡାରୁ ୭ ଓ ପୁରୀରୁ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଜଗତସିଂହପୁରରୁ ୫ , ମୟୂରଭଞ୍ଜରୁ ୪, ଗଜପତିରୁ ୩, ଝାରସୁଗୁଡାରୁ ୩, ଭଦ୍ରକରୁ ୨, କଳାହାଣ୍ତିରୁ ୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧରୁ ଜଣେ, ଗଞ୍ଜାମରୁ ୧ , କନ୍ଧମାଳରୁ ୧, ନୟାଗଡରୁ ୧ ଓ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ୨୫ ରହିଛି ।
