ଟ୍ରେନରେ ପୁଣି ମିଳିବ ରନ୍ଧା ଖାଦ୍ୟ : ରେଳବାଇ ବୋର୍ଡ
ନୂଆଦିଲ୍ଲୀ : ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ । ଯାତ୍ରୀମାନଙ୍କୁ ଟ୍ରେନରେ ଖାଲି ପେଟରେ ଯାତ୍ରା କରିବାକୁ ପଡିବ ନାହିଁ । ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳବାଇ ବୋର୍ଡ ଏକ ଚିଠି ଜାରି କରି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) କୁ ପୁଣି ଥରେ ରନ୍ଧା ଖାଦ୍ୟ ଯୋଗାଇବା ସେବା ଆରମ୍ଭ କରିବାକୁ କହିଛି । କରୋନା ମହାମାରୀ ପାଇଁ ରେଳବାଇ ଟ୍ରେନରେ ଖାଦ୍ୟ ସୁବିଧା ବନ୍ଦ ରଖିଥିଲା । ଏବେଠୁ ଯାତ୍ରୀଙ୍କୁ ପାଇଁ ଟ୍ରେନରେ ଉପଲବ୍ଧ ହେବ ରନ୍ଧା ଖାଦ୍ୟ । ସୂଚନାଯୋଗ୍ୟଯେ, ଟ୍ରେନରେ ସମ୍ପ୍ରତି କେବଳ ଚା, କଫି, ସ୍ନାକ୍ସ ଏବଂ ରେଡି-ଟୁ-ଇଟ ଖାଦ୍ୟ ଉପଲବ୍ଧ ହେଉଛି । ଏଥିମଧ୍ୟରେ ନୁଡୁଲ୍ସ, ରାଜମା ଚାଉଳ ଏବଂ ସୁପ ଇତ୍ୟାଦି ଅନ୍ତର୍ଭୁକ୍ତ, କିନ୍ତୁ ବର୍ତ୍ତମାନ ମାସ ଶେଷ ସୁଦ୍ଧା ଲୋକମାନେ ରନ୍ଧା ଯାଇଥିବା ଗରମ ଏବଂ ପ୍ରିୟ ଖାଦ୍ୟ ଖାଇ ପାରିବେ ।
ଏହି ନିଷ୍ପତ୍ତି ସମ୍ପର୍କରେ ରେଳବାଇ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରେଳବାଇ ବୋର୍ଡ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରୀଙ୍କ ଆବଶ୍ୟକତା ତଥା ଦେଶର ରେସ୍ତୋରାଁ, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ କୋଭିଡ ଲକଡାଉନ ପ୍ରତିବନ୍ଧକରେ କୋହଳକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନରେ ରନ୍ଧା ଖାଦ୍ୟର ସେବାକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଛି । ସୂଚନା ଯେ, କ୍ୟାଟରିଂ ସେବା ବନ୍ଦ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଥିଲା। ଖବର ଅନୁଯାୟୀ, ପ୍ରାୟ ୫ ଲକ୍ଷ ଲୋକ ଏହା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ। ଦେଶରେ କୋଭିଡ ସଙ୍କଟ ଥିବାରୁ ଟ୍ରେନରେ ଖାଦ୍ୟପେୟ ବ୍ୟବସ୍ଥା ଗତ ୧୮ ମାସ ଧରି ବନ୍ଦ ପଡ଼ିଥିଲା । ବର୍ତ୍ତମାନ ଭାରତୀୟ ରେଳବାଇର ଟ୍ରେନରେ କେବଳ ଚା, କଫି, ସ୍ନାକ୍ସ ଇତ୍ୟାଦି ଉପଲବ୍ଧ ହେଉଛି । ତେବେ କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବା ଦ୍ବାରା, ଏହା ସହିତ ଜଡିତ ଲୋକ ଏବଂ ପରିବାରକୁ ବହୁତ ସୁବିଧା ମିଳିବ । ତେବେ ଏହି ସେବା ଆରମ୍ଭ ହେଲେ ଆଇଆରଟିସି ଅଧିକ ଲାଭବାନ ହେବ ବୋଲି ବିଶ୍ବାସ କରାଯାଉଛି । ଯାହା ଏହି ସେବା ବନ୍ଦ ହେତୁ ଏକ ବଡ କ୍ଷତି ସହୁଥିଲା ।
